ସଇଁତଲାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଘାଟିତ

• ୧୮୦ ପଞ୍ଜିକରଣ: ୪୧ ଜଣଙ୍କୁ ଚଷମା ପ୍ରଦାନ, ୪୬ ଜଣଙ୍କ ହେବ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମଇ ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ.ସି.ଡ଼ି. ଆଇ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଘାଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ସୁବ୍ରତ ନାଗ, ସଇଁତଲା ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିମୟୀ ମହାପାତ୍ର, ଡାକ୍ତର ବିଶ୍ୱଜିତ ମିଶ୍ର, ପିଏଚଇଓ ମିନାକୁମାରୀ ତ୍ରିପାଠୀ, ସମାଜସେବୀ ମଦନଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଚକ୍ଷୁ ହେଉଛି ମଣିଷର ମୁଖ୍ୟ ଅଙ୍ଗ ତାହାର ଉଚିତ ଯତ୍ନ ନେବା ପାଇଁ ପରାମର୍ଶ ଦେବା ସହିତ ଏଭଳି ମହତ କାର୍ଯକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ ଆକାରରେ କରିବା ପାଇଁ ମୁଖ୍ୟଅତିଥି ଶ୍ରୀ ସିଂଭୋଇ ଯୁବ ସ୍ୱେଚ୍ଛାସେବୀ ମାନଙ୍କୁ ଅନୁରୋଧ କରିଥିଲେ। ଏଥିରେ ଟିଟିଲାଗଡ଼ ଏସ.ସି.ଡ଼ି ବିଭାଗର ଡାକ୍ତର ପ୍ରଣତି ସାହୁ, ନିର୍ଦେଶକ ମୋହିତ କୁମାର ଦାସ, କୋଡିନେଟର ଶୈଳେନ୍ଦୁ ନନ୍ଦ, ଟେକ୍ନିସିୟନ ପ୍ରାଣରଞ୍ଜନ ସାଗର , ରଶ୍ମିତା ତାଣ୍ଡି, ନର୍ସ ସୁନେମିଆ ନନ୍ଦ, ପ୍ରମିଳା ଦାସ ଓ ରମେଶ ବାଗ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ଏଥିରେ ୧୮୦ ଜଣ ପଞ୍ଜିକରଣ କରିଥିବା ୪୧ଜଣଙ୍କୁ ଚକ୍ଷୁ ପରୀକ୍ଷା କରି ଚଷମା ପ୍ରଦାନ କରିଥିଲେ। ଏହାସହ ୪୬ ଜଣଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଟିଟିଲାଗଡ଼ ଏସ.ସି.ଡ଼ି. ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଶିବିରରେ ପୂର୍ବତନ ସମିତି ସଭ୍ୟ ଛନ୍ଦାଚରଣ ବେହେରା, ଯୁବ ସଂଗଠକ ରାଜା ପଟ୍ଟନାୟକ , ସାମ୍ବାଦିକ ପ୍ରମୋଦ ସେଲମା, ସରୋଜ ବାଗ, ସଞ୍ଜୟ ଅଗ୍ରୱାଲ, ଅମିତ ରଥ, ଉମେଶ ଭୋଇ, ରାଜା ବୈଠାରୁ, ପ୍ରଶାନ୍ତ ପୃଷେଠ, ପଙ୍କଜ ସାହୁ, ଏସ.ବି. ଇମରସନଙ୍କ ସମେତ ସ୍ଥାନୀୟ ଯୁବକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.