ରେଙ୍ଗାଲପାଲିରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ରେଙ୍ଗାଲପାଲି ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣୀ ଶିବିରରେ ଭତ୍ତା, ପକ୍କାଘର, ଘରଡିହ, ଜମିପଟ୍ଟା, ଶିକ୍ଷା ସ୍ବାସ୍ଥ୍ୟ କୃଷି, ପଶୁପାଳନ, ଜଙ୍ଗଲ ପରିବେଶ, ଆଇସିଡ଼ିଏସ୍ ତଥା ଅନ୍ୟାନ୍ୟ ବିଷୟରେ ଅଭିଯୋଗ ଦାଖଲ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣୀ ଶିବିରରେ ସାମୁହିକ ଅଭିଯୋଗ ୬ ଗୋଟି ଦାଖଲ ହୋଇଥିବା ବେଳେ ବ୍ୟକ୍ତିଗତ ଭାବରେ ୨୫୩ ଗୋଟି ସମୂଦାୟ ୧୫୯ଗୋଟି ଅଭିଯୋଗ ଦାଖଲ ହୋଇଥିଲା। ଜନ ଶୁଣାଣୀ ଓ ସମାଧାନ ଶିବିରରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷା ଜାନକୀ ବାଣୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ, ଏପିଓ ସତିଶ ରଞ୍ଜନ ବେହେରା, ଆର୍ ଡବ୍ଳୁ ଏସ୍ ଏସ୍ ଅଧିକାରୀ ନିହାର ମଲ୍ଲିକ, ଏ, ଏଚ୍ ଓ ରଜନୀ କାନ୍ତ ବନ୍ଦିଛୋଡ ତଥା ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ। ଏହି ଶିବିରଟିକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ସା ପରିଚାଳନା କରିଥିବା ବେଳେ ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ପୁଝାରୀ ଏବଂ ଯୋଗାଣ ସହାୟକ ସୁରେଶ ସାହୁ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.