ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ ଉପହାର ଦେଲା ନ୍ୟୁଜିଲାଣ୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ବିଜୟ ହାସଲ ଏକ ପ୍ରକାର ଜରୁରୀ ହୋଇ ପଡିଥିଲା । ତେବେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇବା ଫଳରେ ଭାରତ ସହଜରେ ଫାଇନାଲରେ ପ୍ରବେଶ କରିପାରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରୀଲଙ୍କା ୨ଟି ଯାକ ଟେଷ୍ଟରେ ପରାଜିତ କରିଥିଲେ ଫାଇନାଲକୁ ଉନ୍ନୀତ ହୋଇଥାନ୍ତା । ଭାରତ ଏଥିସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୭ଜୁନରୁ ଫାଇନାଲ ମ୍ୟାଚ ଆରମ୍ଭ ହେବ । ଗତ ସଂସ୍କରଣରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ୨୮୫ ରନର ଆବଶ୍ୟକତା ରହିଥିଲା । ୭୦ ଓଭରରେ ୮ ୱିକେଟ ହରାଇ କିୱି ଟିମ ମ୍ୟାଚରେ ବିଜୟୀ ହୋଇଥିଲା । ଡେରେଲ ମିଶେଲ ୮୧ ଓ କେନ ୱିଲିୟମସନ ୧୨୧ ରନର ଇନିଂସ ଖେଳି ଦଳକୁ ଜିତାଇଥିଲେ । ସୂଚନାଯୋଗ୍ୟ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ଡ୍ର ଅଭିମୁଖେ ଗତି କରୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.