ଦ୍ବିତୀୟ ଦିନରେ ଷ୍ଡିୟରିଂ ଛାଡ଼ ଆନ୍ଦୋଳନ: ରାକ୍ସି ଛକରେ ନର୍ଲା ଡ୍ରାଇଭର ସଂଘର ଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୧୦ ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଡ୍ରାଇଭର। ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛନ୍ତି ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ବୃନ୍ଦ। ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଦେଇଥିବା ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଆଜି ସକାଳୁ ନର୍ଲା ଡ୍ରାଇଭର ସଂଘ ସଭାପତି ବିମନ୍ତ ପଧାନ ଓ ସଂପାଦକ ରବି ଧାରୁଆଙ୍କ ନେତୃତ୍ୱରେ ରାକ୍ସି ଛକଠାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି। ଏଠାରେ ନର୍ଲା ଡ୍ରାଇଭର ସଂଘର ତତ୍ୱାବଧାନରେ ରାକ୍ସି ପଞ୍ଚାୟତ ଡ୍ରାଇଭର ସଂଘ ଏଡମିନ ନିତ୍ୟାନନ୍ଦ ବୁଦ୍ଧିଆ, ସରିଆଁ ଡ୍ରାଇଭର ସଂଘ ଏଡମିନ ଅଭିମନ୍ୟୁ ମାଝୀ, ରୁପ୍ରାରୋଡ ଡ୍ରାଇଭର ସଂଘ ଏଡମିନ ପର୍ଶୁ ପୋଢଙ୍କ ସମେତ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଧାରଣାରେ ଓ ଆନ୍ଦୋଳନରେ ବସିଛନ୍ତି। ତେବେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଆନ୍ଦୋଳନ ସ୍ଥଳରେ ପୋଲିସ ରହିବା କଥା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ (ପୂର୍ବାହ୍ନ ୧୧.୫୦) ରାକ୍ସି ଛକରେ ଡ୍ରାଇଭରଙ୍କ ଆନ୍ଦୋଳନରେ କୈାଣସି ପୋଲିସ ମୁତୟନ ହୋଇନଥିବା ଦେଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.