ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ପ୍ରାଥମିକ ବିଦ୍ୟାଳୟ ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଆଯାଇଥିବା ମିଶନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ ନିର୍ମାଣ ହେବ। ଏହି ପରିପେକ୍ଷିରେ ଡାଏଟ ସିଆରସିସି ସଂଯୋଜକ ଅରୁଣ କୁମାର ଭୋଇଙ୍କ ତତ୍ବବଧାନରେ କର୍ଲାମୁଣ୍ଡା ବ୍ଲକର ସରଜୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ କୋଠରୀ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଅଧ୍ୟକ୍ଷ ଡ଼ ସ୍ନେହାପ୍ରଭା ମହାପାତ୍ର ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଯାନୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହଦେବ ସୁନା କ୍ଲଷ୍ଟର ସଂଯୋଜକ ମଧୁସୁଦନ ଧାରୁଆ ମଞ୍ଚ ପରିଚାଳନା କରିଥିଲେ। କଳାହାଣ୍ଡି ଡାଏଟର ଶିକ୍ଷକ ପ୍ରଶିକ୍ଷିକ ଈଶ୍ୱର ଚନ୍ଦ୍ର ବେହେରା ନିହାରିକା ଦେବୀ ବିଜିଲି ଏକ୍କା ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶିକ୍ଷକ ସଂଘର ସଭାପତି ଓ ସ୍କୁଲ ପରିଚାଳନା କମିଟି ସଭାପତି ସମସ୍ତ ସିଆରସିସି ସହ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.