ଏହି କାରଣରୁ ନୋବେଲ ଶାନ୍ତି ପୁରସ୍କାର ପାଇବେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ କି ନୋବେଲ ପୁରସ୍କାର! ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ମୋଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିପାରେ ବୋଲି ଲାଗି ରହିଛି । ବାସ୍ତବରେ ନୋବେଲ ଶାନ୍ତି ପୁରସ୍କାର କମିଟିର ଉପାଧ୍ୟକ୍ଷ ଅସଲେ ତୋଜେ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସମୟରେ ନୋବେଲ ଶାନ୍ତି ପୁରସ୍କାର ପାଇବାରେ ସବୁଠାରୁ ବଡ ହକଦାର । ମୋଦିଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ମୋଦି ଏଭଳି ଜଣେ ଭରସାଯୋଗ୍ୟ ନେତା ଯିଏ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ । ଭାରତ ଏବେ ଶକ୍ତିଶାଳୀ ରାଷ୍ଟ୍ର ହେଉଥିବାବେଳେ ଯଦି ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ପୁରସ୍କାର ମିଳେ ତେବେ ଏହା ଏକ ଐତିହାସିକ ପଦକ୍ଷେପ ହେବ । ତୋଜେ କହିଛନ୍ତି ମୋଦି ଯେଭଳି ଋଷ ରାଷ୍ଟ୍ରପତିଙ୍କୁ ଯୁଦ୍ଧର ଭୟାବହତା ନେଇ ବୁଝାଇଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ । ସେ କୌଣସି ଧମକ ନ ଦେଇ ପରମାଣୁ ଯୁଦ୍ଧର ପରିଣାମ ବାବଦରେ କଡା ସନ୍ଦେଶ ଦେଇଛନ୍ତି । ଆମକୁ ଅନ୍ତଃରାଷ୍ଟ୍ରୀୟ ରାଜନୀତିରେ ଏଭଳି ନେତାଙ୍କର ଅଧିକରୁ ଅଧିକ ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ମୋଦି ଜଣେ ବିଶ୍ୱସ୍ତ ନେତା ହୋଇଥିବାବେଳେ ସିଏ ହିଁ ଶାନ୍ତି ସ୍ଥାପନ କରିପାରିବେ । ଉଲ୍ଲେଖ ଥାଉ କି ନୋବେଲ ଶାନ୍ତି ପୁରସ୍କାର ସେହିମାନଙ୍କୁ ଦିଆଯାଏ ଯେଉଁମାନେ ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ବିବାଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.