ଘଣ୍ଟିଗୁଡା ଗ୍ରାମରେ ଚର୍ତୁଦିବସୀୟ ଭାଗବତ କଥାମୃତ ସମାପନ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଘଣ୍ଟିଗୁଡା ଗ୍ରାମରେ ଚତୁର୍ଦିବସିୟ ଭାଗବତ କଥାମୃତ ଆଜି ସମାପନ ହୋଇଯାଇଅଛି। ସ୍ବର୍ଗତ ହେମ ସାହୁଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ଆନନ୍ଦ କୁମାର ସାହୁ ପୁତ୍ରବଧୂ ଦିବ୍ୟ ଭାରତୀ ସାହୁ, ପି ଭଗବାନ ସାହୁଙ୍କ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା କଟକ ରଘୁନାଥ ଜୀଉ ମନ୍ଦିରର ଆରାଧ୍ୟ ସେବକ ଶ୍ରୀ ଆଶିର୍ବାଦଜୀ ମହାରାଜ ପ୍ରବଚନ ପ୍ରଦାନ କରିଥିବା ବେଳେ ପୂଜା କାର୍ଯ୍ୟ ପ୍ରଶନ୍ନ ପଣ୍ଡା ନୀର୍ବାହ କରିଥିଲେ। ଏହି ଭାଗବତ କଥାମୃତ ଚାରିଦିନ ଧରି ଚାଲିଥିବା ବେଳେ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇ ଭାଗବତ କଥାମୃତ ଶ୍ରବଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ପୂଜା କମିଟି ସଭାପତି ଜୟଲାଲ ନାଏକ, ହିମାଞ୍ଚଳ ରାଉତ, ବୁଦ୍ଦିରାମ ନାଏକ, ହେମନ୍ତ ନାଏକ, ଅଭିରାମ ରାଉତ, ଲିଙ୍ଗରାଜ ନାଏକ, ଦୁର୍ଯୋଧନ ରାଉତ, ଗୋପାଳ ନାଏକ, ଲଲିତ ନାଏକ, ଦିଗାମ୍ବର ସାହୁ, ଟଗର ସାହୁ, ସୁଦର୍ଶନ ରାଉତ,ମୋକ୍ଷ୍ୟରାଜ ସାହୁ, ପବିତ୍ର ସାହୁ, ଭୀମସେନ ସାହୁ, ଭଗବାନ ରାଉତ, ରାହାସ ରାଉତ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.