ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରାକ୍ସୀ ଗ୍ରାମ ପଞ୍ଚାୟତର ଆଦିବାସୀ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ରାକ୍ସୀ ଗ୍ରାମର ବାଲଭଟା ଆମ୍ବତୋଟା ଠାରେ ଆଜି ରବିବାରି ଦିବା ୧୦ ଘଣ୍ଟା ସମୟରେ ଏନେଇ ବରିଷ୍ଠ ସଦସ୍ୟ ଲିଙ୍ଗରାଜ ମାଝୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନର୍ଲା ଆଦିବାସୀ ସଂଘର ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ଉପ ସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ପ୍ରଥମେ ସଂଘର ସଦସ୍ୟ ମାନେ ଧରଣୀ ଦେବୀଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ସଭାପତି ଲିଙ୍ଗରାଜ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ବ୍ଲକ୍ ଆଦିବାସୀ ସଂଘର ସଭାପତି ହରିଶଙ୍କର ମାଝୀ ସଂଘର କାର୍ଯ୍ୟଧାରା ଓ ଜନହିତକର କାର୍ଯ୍ୟ କରି ସଂଘର ସାଙ୍ଗଠନିକ ସ୍ଥିତି ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହାପରେ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାକ୍ସୀ ଗ୍ରାମ ପଞ୍ଚାୟତ ଆଦିବାସୀ ସଂଘ ପାଇଁ ୧୫ ଜଣିଆ ଏକ କର୍ମକର୍ତ୍ତା କମିଟି ଗଠନ କରାଯାଇଥିଲା । ରାକ୍ସୀ ଗ୍ରାମ ପଞ୍ଚାୟତର ନୂତନ ସଭାପତି ଭାବରେ ଭୋଦେବ ମାଝୀ, ଦୁଇଜଣ ଉପସଭାପତି ଭାବରେ ଶ୍ରୀକାନ୍ତ ମାଝୀ ଓ ଜଗଦିଶ ମାଝୀ, ସାଧାରଣ ସମ୍ପାଦକ ଭାବରେ ସୁରେନ୍ଦ୍ର ମାଝୀ(କ), ଦୁଇଜଣ ସହ ସମ୍ପାଦକ ଭାବରେ ସୁରେନ୍ଦ୍ର ମାଝୀ (ଖ) ଓ ମହେନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ଭାବରେ ବୃଷଭ ମାଝୀ, କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଉଆଁସୁ ମାଝୀ, ଦେବରାଜ ମାଝୀ, ଶ୍ରୀମୁଖ ମାଝୀ, ବୃନ୍ଦାବନ ମାଝୀ ସର୍ବ ସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଲୟଧର ମାଝୀ, ବିକ୍ରମ ମାଝୀ, ରୁପାଧର ମାଝୀ, କୃଷ୍ଣ ମାଝୀଙ୍କୁ ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ନନ୍ଦଲାଲ ମାଝୀ, ଧର୍ମୁ ମାଝୀ, ବିକ୍ରମ ମାଝୀ, ରୁପାଧର ମାଝୀ, ମହେନ୍ଦ୍ର ମାଝୀ, ଶ୍ରୀକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଲିଙ୍ଗରାଜ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।