କେଗାଁ ବସ୍ତିପଡ଼ାଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବସ୍ତିପଡ଼ାଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ସମଗ୍ର କେଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ବସ୍ତିପଡ଼ାର ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ଉଦନ୍ତି ନଦୀ ପଠାରେ ଉପସ୍ଥିତ ହୋଇ ସେଠାରେ ପୂଜାର୍ଚ୍ଚନା ପରେ କଳଷଯାତ୍ରା ବାହାରିଥିଲା । କଳସ ଯାତ୍ରା ପୋଲିସପଡା ମୁଖ୍ୟଛକ ପରିକ୍ରମା କରି ଯଜ୍ଞ ମଣ୍ଡପ ନିକଟରେ ପହଞ୍ଚିଥିଲା । କଳସଯାତ୍ରା ସମୟରେ ପାରମ୍ପରିକ ସଂକୀର୍ତ୍ତନ ଦଳ ସହିତ ଘଣ୍ଟ ଦଳ ମୁଖ୍ୟ ଆକର୍ଷଣ ଥିଲା । ସୋମବାର ସକାଳ ସମୟରେ ନାମାରମ୍ଭ ହେବ ବୋଲି ଜଣାପଡିଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟପକ ବ୍ୟାବସ୍ଥା ଗ୍ରହଣ କରିବା ସହିତ ଆଗାମୀ ଦୁଇ ଦିନ ପାଇଁ ସମସ୍ତ ଭକ୍ତଙ୍କ ପାଇଁ ପ୍ରାସାଦସେବନ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.