କଳାହାଣ୍ଡି/ମ.ରାମପୁର,୧/୫ : ଗତ ଏକ ସପ୍ତାହ ହେଲା ଭୀଷଣ ଖରା ସାଙ୍ଗକୁ ମ.ରାମପୁର ଅଂଚଳରେ ଦାଉ ସାଧୁଛି ବାରମ୍ବାର ବିଦ୍ୟୁତ କାଟ । ତାପମାତ୍ରା ପ୍ରାୟ ଚାଳିଶ ଡ଼ିଗ୍ରୀରୁ ଉପରକୁ ରହୁଥିବାବେଳେ ଜଙ୍ଗଲରେ ନିଆଁ ଯୋଗୁଁ ସଂଜବେଳଠାରୁ ଧୂଆଁରେ ଭରିଯାଉଛି ଅଂଚଳ । ବିଭିନ୍ନ ଜଳାଶୟ ଶୁଷ୍କ ହେବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ଜନଜୀବନ । ତା ସାଙ୍ଗକୁ ବାରମ୍ବାର ବିନା ସୂଚନାରେ ବିଦ୍ୟୁତ ବିଭ୍ରାଟ ଫଳରେ ଅତିଷ୍ଠ ହେଇଉଠିଛନ୍ତି ଅଂଚଳବାସୀ । ବିଦ୍ୟୁତ ବିଭାଗ ବିଭିନ୍ନ ବାହାନା କରି ବିଦ୍ୟୁତ କାଟ କରୁଥିବାଯୋଗୁଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମ.ରାମପୁର ବ୍ଲକର ବିଭିନ୍ନ ଉପାନ୍ତ ଅଂଚଳ ମୋହନଗିରୀ, ଉର୍ଲାଦାନୀ, ବାରବନ୍ଧାରେ ଏହି ବିଦ୍ୟୁତ ବିଭ୍ରାଟ ସାଙ୍ଗକୁ ବଣରେ ନିଆଁ ସହ ହାତୀଙ୍କ ଉପସ୍ଥିତି ଯୋଗୁଁ ବିିଭିନ୍ନ ସମୟରେ ଘୋର କଷ୍ଟରେ କାଳାତିପାତ କରୁଥିବା ଜଣାଯାଇଛି । ଏହି ଅଂଚଳରେ ହେଉଥିବା ବିଦ୍ୟୁତ ବିଭ୍ରାଟକୁ ଦୃଷ୍ଟି ଦେବା ସହ ତୁରନ୍ତ ଠିକ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇