ଭଗ୍ନ କୋଣାର୍କ ମୁଁ ଚିତ୍କାର କରୁଛି
ବୁକୁ ମୋ ପଡଇ ଫାଟି
ଚେତା ଥାଇ ତୁମେ ଚେତା ଶୂନ୍ୟ ହୋଇ
ପରଖୁ ନାହଁ ମୋ ସ୍ଥିତି !
କାନ୍ଦୁଚି ଆଜି ମୁଁ କାହା ପାଇଁ ଜାଣ
କାହାକୁ ଏକ୍ଷଣି ଝୁରେ ???
ବାର ବରଷର ବାଳୁତ ଧରମା
କଇଁ କଇଁ କାନ୍ଦି ମରେ ।
ଦେଇକି ତା ପ୍ରାଣ ରଖିଲା ଜୀବନ
ବାରଶ ବଢ଼େଇଙ୍କର
ଯାଇଥିଲା ତହିଁ ବରକୋଳି ନେଇ
ପିତାଙ୍କୁ ଭେଟିବ ତାର ।
ସମସ୍ତ ଦ୍ୱନ୍ଦ୍ୱର କରି ଅବସାନ
ମାରିଲା ମୋହରି ମୁଣ୍ଡି
ଦୁର୍ଲ୍ଲଭ ସନ୍ତାନ ଅପମାନ ସତେ
ଛେଦି ଦେଉଛି ମୋ ଗଣ୍ଡି ।
କାନ୍ଦନା କାନ୍ଦନ ସୁନା ପୁଅ ମୋର
ଭଗ୍ନ କୋଣାର୍କ ମୁଁ କୁହେ
ମୋର କଳାକୃତି ମୋହରି ପ୍ରାଚୁର୍ୟ୍ୟ
ପର୍ୟ୍ୟଟକ ମନ ମୋହେ ।
ଦୃଷ୍ଟି ଯଦି କେବେ ଦେବେ ଫେଡ଼ି ମୋତେ
ମୋହରି ଓଡିଶାବାସୀ
ପୁଣିରେ ଧରମା ତୋହରି ଆତମା
ସ୍ଵର୍ଗରେ ପାଇବ ଖୁସି,
ସ୍ଵର୍ଗରେ ପାଇବ ଖୁସି ।
ଶାନ୍ତିଲତା ମିଶ୍ର
ଭୁବନେଶ୍ବର
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇