ଟେକ୍ସାସ୍ ୟୁନିଭରସିଟି ଡଲାସ୍ ପକ୍ଷରୁ ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ୧୯୯୨ ବ୍ୟାଚର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି ।

Omkar Vasthu
Omkar Vasthu

ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ସେ ୨୦୧୦ରେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ବାରା ନିଜର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ୨୦୧୧ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବରେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲା ।

Udyog Nursery
Udyogi Nursery

ପୁରାତନ ଛାତ୍ର ମାନଙ୍କ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଟେକ୍ସାସ ୟୁନିଭରସିଟି (ଡଲାସ)ର ସର୍ବୋଚ୍ଚ ସାମ୍ନାନ । ଯେଉଁମାନେ ସମାଜରେ ପରିବର୍ତ୍ତନ, ବିଶ୍ବବିଦ୍ୟାଳୟର ବିକାଶ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିବା ସହିତ ଏବଂ ଉତ୍କର୍ଷର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.