ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ଆସନ୍ତା ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ପାଳନ ଅବସରରେ ୱାକର୍ସ କ୍ଳଵ, ରାୟଗଡା ଆନୁକୂଲ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ କନିଷ୍ଠ ଓ ୮ ମ ରୁ ଦଶମ ଶ୍ରେଣୀ ଵରିଷ୍ଠ ବର୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଓଡ଼ିଶା ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା” ବିଷୟ ଉପରେ ଓଡ଼ିଆ ଭାଷାରେ ଵକ୍ତୃତା ପ୍ରତିଯୋଗିତା କ୍ଳବର ଉପଦେଷ୍ଟା ସତ୍ୟବାଦୀ ପତି ଓ କ୍ଳବର ସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ା ସ୍ଥିତ ୧୬ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଯୋଗ ଦେଇଥିଲେ । କନିଷ୍ଠ ବର୍ଗରେ ପ୍ରଥମ ଅର୍ପିତା ମୋହନା, ବିଵେକାନନ୍ଦ ସ୍କଲ, ଦିତୀୟ ସ୍ଥାନ ରାଣୀ ଗଡ଼ନାୟକ, ଦୀପ୍ତି କନଭେଣ୍ଟ ସ୍କୁଲ, ତୃତୀୟ ସ୍ଥାନ ଯୁଗ୍ମ ଭାବରେ ସ୍ବପ୍ନାଶ୍ରୀ ପଣ୍ଡା, ସରସ୍ଵତୀ ଶିଶୁ ମନ୍ଦିର ଓ ସମ୍ରୁଧୀ ଦାସ, ସରସ୍ଵତୀ ଶିଶୁ ମନ୍ଦିର କୃତି ଲାଭ କରିଥିବା ବେଳେ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ସ୍ଵପ୍ନାଶ୍ରୀ ଶତପଥି ସରକାରୀ ବାଳିକା ହାଇସ୍କୁଲ, ଦିତୀୟ ସ୍ଥାନ ସୋମୀତ୍ରା ମୌସୁମୀ, ସରସ୍ଵତୀ ଶିଶୁ ମନ୍ଦିର, ଯୁଗ୍ମ ତ୍ରୁତୀୟ ସ୍ଥାନ ତନୁଶ୍ରୀ ସତପଥି, ସରକାରୀ ବାଳିକା ହାଇସ୍କୁଲ ଏଵଂ କ୍ଷୀରଵ୍ଧୀ ତନୟା ସ୍ଵାଇଁ, ମହର୍ଷି ବିଦ୍ୟା ମନ୍ଦିର ଅଧିକାର କରିଥିଲେ । କୃତିତ୍ବ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ କ୍ଳବର ଉପଦେଷ୍ଟା ଓ ବରିଷ୍ଠ ସଭ୍ୟଙ୍କ ହସ୍ତରେ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାକୁ ସୁନିଲ ଚନ୍ଦ୍ର ପଣ୍ଡା, ସୁବାସ ଚନ୍ଦ୍ର ରଥ, ଉଦୟ ଚନ୍ଦ୍ର ପଣ୍ଡା, ସାଲଭା ରାଜୁ, ବାଳକ୍ରୁଷ୍ନ ଚୌଧୁରୀ ଓ ମନ୍ମତ ତୁଳ ପରିଚାଳନା କରିଥିଲେ ଏବଂ ଟି ଜୟରାମ, ଦାଶରଥି ରାଜଗୁରୁ ହରି ଚନ୍ଦ୍ର ଶବର, ବାଲାରାଜୁ ବାସିନ୍ଦା ଓ ବଳରାମ ଚୌଧୁରୀ ସହଯୋଗ କରିଥିଲେ | ସମ୍ପାଦକ ଜଳନ୍ଧର ପୁଷିକା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |