ସର୍ଗିଗୁଡା ନାମଯଜ୍ଞ ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ନାମଯଜ୍ଞ ମଣ୍ଡପ ସମ୍ମୁଖରେ ଗୁରୁବାର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ସକାଳ ୮ ଘଣ୍ଟା ସମୟରେ ଶୁଭଲଗ୍ନ ଅନୁଯାୟୀ ନାମଯଜ୍ଞର କର୍ତ୍ତା ଗୌରଚନ୍ଦ୍ର ବେହେରା ଦମ୍ପତି ପୂଜାର୍ଚ୍ଚନା ପରେ ଏହି ଶୁଭସ୍ତମ୍ବ ସ୍ଥାପନା କରିଛନ୍ତି । ଏହି ଶୁଭ ମୁହୂର୍ତ୍ତରେ ନାମଯଜ୍ଞର ପରିଚାଳନା ସମିତିର ସଭାପତି ନାରାୟଣ ମାଝୀ, ସମ୍ପାଦକ ଲଳିତ ପଧାନ, ଉପସଭାପତି ଜୟଦେବ ପୋଢ, ସହସମ୍ପାଦକ ଶେଷଦେବ ପଧାନ, ସଞ୍ଜୟ ନାଏକ, କୋଷାଧ୍ୟକ୍ଷ ଜତୀନ ସାହୁ, ବରିଷ୍ଠ ସଦସ୍ୟ ପଙ୍କଜ ପଧାନ, ଶଶିଦେବ ନାଗ, ସନାତନ ବିଶ୍ୱାଳ, ବିରେନ୍ଦ୍ର ନାଏକ, କୁବେର ବିଶ୍ୱାଳ, ବନବାସ ପଧାନ, ପରମେଶ୍ୱର ବିଶ୍ୱାଳ,ପୀତବାସ ନାଗ, ଭୋଟଲାଲ ପଧାନ, ଦେବରାଜ ପଧାନ, ସଂକୀର୍ତ୍ତନ ପଧାନ, ଦୀଗ ପଧାନ, ସୁରେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସର୍ଗିଗୁଡାର ସଂକୀର୍ତ୍ତନ ମଣ୍ଡଳୀ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଥିଲେ । ବ୍ରହ୍ମା ପୁରୋହିତ ଭାବରେ ପଣ୍ଡିତ ରାମଚନ୍ଦ୍ର ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଚଳିତ ବର୍ଷ ନାମଯଜ୍ଞ ଆସନ୍ତା ୧/୫ ସୋମବାର ଅଧିବାସ ଓ ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ତା.୨/୫ ରୁ ନାମ ଆରମ୍ଭ ହେବ । ଏଥିପାଇଁ ସ୍ୱତନ୍ତ୍ର ଧରଣର ପ୍ରସ୍ତୁତି ଚାଲିଛି । ଏବେ ଏହି ଚବିଶ ପ୍ରହର ନାମଯଜ୍ଞ ପାଇଁ ଛାମୁଡା ପ୍ରସ୍ତୁତି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଚାଲିବ । ନାମଯଜ୍ଞ ପାଇଁ ସ୍ଥାନୀୟ ୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ସହ ସମୁଦାୟ ୧୩ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାହୋଇ ସାରିଛି । ତା.୫/୫ ବୈଶାଖ ପୂର୍ଣ୍ଣିମା ଦିନ ସକାଳେ ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିବ ବୋଲି ସାଧାରଣ ସମ୍ପାଦକ ଲଳିତ ପଧାନ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.