AOSCF କେସିଙ୍ଗା ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ତହଁସିର ଠାରେ ଏଓଏସସିଏଫ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଆମ୍ବେଦକର ଜୟନ୍ତୀ ଏପ୍ରିଲ ୧୬ ତାରିଖ ରବିବାର ଦିନ ୯ଟା ସମୟରେ ତହଁସିର ମିନାବଜାର ପଡ଼ିଆରେ ବ୍ଲକ୍ ଓ ଏନ୍ଏସି ସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ୍ ଓ ଏନ୍ଏସିର ନୂତନ କମିଟି ମଧ୍ୟ ଘୋଷଣା କରାଯିବାକୁ ବୈଠକରେ ସ୍ଥିରୀକୃତ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାସହ ଆସନ୍ତା ମଇ ୫ତାରିଖ ଅପରାହ୍ନ ୩ଟା ସମୟରେ କେସିଙ୍ଗା ଠାରେ ବୁଦ୍ଧ ଜୟନ୍ତି ଉପଲକ୍ଷେ ଏକ ବିଶାଳ ଜିଲ୍ଲା ସ୍ତରୀୟ ଧମ୍ମ ମହା ରେଳି କରାଯିବାକୁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଛି। ଯୋନ୍ ସଭାପତି ଗୋପାଳ ନାଏକଙ୍କ ସଭାପତିତ୍ବରେ ତହଁସିର୍ ଗାଁ ସଭାପତି ଭାଗିରଥି ନାଏକ, କ୍ଷେତ୍ର ମଣି ସେନାପତି, ରୋମିନାଏକ ଗୋପାଳ ନାଏକ, ଲବ କରୁଆଁ, ବ୍ଳକ ସଭାପତି ଲୋକନାଥ ନାଗ, ଜଳନ୍ଧର ବେହେରା, ଜିଲ୍ଲା କର୍ମକର୍ତ୍ତା ତେଜରାଜ୍ ବେହେରା, ଗିରିଜା ବେହେରା, ଜୟପ୍ରକାଶ ଜାଲଙ୍କ ଉପସ୍ଥିତରେ ଅନଙ୍ଗ ତାଣ୍ଡି, ଏନ୍ଏସିରୁ ବିଷ୍ଣୁ ମଙ୍ଗରାଜ, ସନ୍ତୋଷ ମଙ୍ଗରାଜ, ସୁଶୀଳ, ସୁଶାନ୍ତ, ପୂର୍ଣ କୁମାର, ବଳଦେବ ହରପାଳ୍, ଦୁଃଖି କୁମାର, ଡମ୍ବରୁଧର କରୁଆଁ, ସୁନିଳ୍ ବିଶି, ଶଚିକାନ୍ତ ସେନାପତି ଏବଂ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଓ କିକିଆ, ପରଲସିଙ୍ଗା, କୁଣ୍ଡାବନ୍ଧ, ଡୁମେରମୁଣ୍ଡାର ଅନେକ ଯୁବକ ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.