ଅଚାନକ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ, ନିର୍ମାଣଧୀନ ଶ୍ରମିକଙ୍କ ସହ କଲେ ଆଲୋଚନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ନୂଆ ସଂସଦ କୋଠାକୁ ଯାଇ ପରିଦର୍ଶନ କରିଛନ୍ତି। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ସେ ଘଣ୍ଟାଏରୁ ଅଧିକ ସମୟ ନୂଆ ସଂସଦ ଭବନର କୋଠାକୁ ବୁଲି ଦେଖିବା ସହିତ ନିର୍ମାଣକାମରେ ନିୟୋଜିତ କର୍ମଚାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ୧୦ ଡିସେମ୍ବର ୨୦୨୦ ରେ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ନେତା, କ୍ୟାବିନେଟ ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ଅକ୍ଟୋବର ୨୦୨୩ ସୁଦ୍ଧା ଏହି ନୂଆ କୋଠା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ନୂଆ ସଂସଦ ଭବନ ୬୪,୫୦୦ ବର୍ଗ ମିଟର ରହିଛି। କେନ୍ଦ୍ର ସରକାର ୨୦୧୯ ରେ ଭିଷ୍ଟା ପ୍ରଜେକ୍ଚରେ ନିର୍ମାଣ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ନୂଆଦିଲ୍ଲୀର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଏକ ନୂଆ ସଂସଦ ଭବନ ନିର୍ମାଣ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ନୂଆ କମ୍ପ୍ଲେକ୍ସର ଆକୃତି ତ୍ରିକୋଣୀୟ ରହିଛି। ଏହି ନୂଆ ସଂସଦ ଭବନରେ ଲୋକସଭା ଚାମ୍ବରରେ ୮୮୮ ଟି ଏବଂ ରାଜ୍ୟସଭା ଚାମ୍ବରରେ ୩୮୪ ଟି ଆସନ ରହିବ। ବର୍ତ୍ତମାନର ସଂସଦ ଗୃହ ପରି, ଏହାର କେନ୍ଦ୍ରୀୟ ହଲ୍ ରହିବ ନାହିଁ। ମିଳିତ ଅଧିବେଶନ କ୍ଷେତ୍ରରେ ଲୋକସଭା ଚାମ୍ବର ୧,୨୭୨ ସଦସ୍ୟଙ୍କୁ ସ୍ଥାନିତ କରିବାକୁ ସକ୍ଷମ ହେବ। ବାକି ବିଲଡିଂରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କମିଟି ରୁମ୍ ସହିତ ୪ ମହଲା ରହିବ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.