ବିଷଧର ସର୍ପ ଦଂଶନରେ ୨ ବର୍ଷ ଶିଶୁର ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବିଏନ ପୁତ୍ର ପଂଚାୟତର ଗୋପାଳପୁର ସାହିର ଜଣେ ୨ବର୍ଷ ୪ମାସର ଶିଶୁକୁ ଏକ ବିଷଧର ସାପ ଦଂଶନ କରିବା ଫଳରେ ମୃତ୍ୟୁ ଘଟି ଥିବାରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଗୋପାଳପୁର ଗ୍ରାମର ରଂଜିତ ଦାସଙ୍କ ଏକ ମାତ୍ର ପୁଅ ଖଗେଶ୍ୱର  ଘର ବାରଣ୍ଡା ରେ ବସି ଖେଳୁ ଥିବା ବେଳେ ହଠାତ ଏକ ବିଷଧର ସର୍ପ ତାକୁ ଦଂଶନ କରିବା ଫଳରେ ପିଲାଟି କିଛି ସମୟ କାନ୍ଦି ପରେ ଅଚେତ ହୋଇପଡ଼ିଥିଲା l ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ କରିବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ତେବେ ପୋଲିସ ଉକ୍ତ ଶିଶୁ ପୁତ୍ର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ l ଶିଶୁ ପୁତ୍ରର ମୃତ୍ୟୁରେ ଗୋପାଳପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ପ୍ରକାଶ ଥାଉକି ବି ଏନ ପୁତ୍ର ଅଂଚଳରେ ମୟୁରଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସାପ ମାନେ ଭୟରେ ଗ୍ରାମାଭିମୁଖୀ ହୋଇ ଏଭଳି ଦୁର୍ଘଟଣମାନ ଘଟାଉଥିବା ପ୍ରକାଶ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.