ଅବସର ନେଲେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରୀଗୁଡାର ପ୍ରଧାନ ଶିକ୍ଷକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରୀଗୁଡାର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପଣ୍ଡା ଆଜି ଶିକ୍ଷକତା ରୁ ଅବସର ନେଇଛନ୍ତି l ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଅବସର କାଳୀନ ସମାବେଶରେ ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର, କୋକସରା ନୋଡାଲ ଜବାହର ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ଲଡ଼ୁଗାଁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଓଷ୍ଟା କୋକସରା ବ୍ଲକ ସମ୍ପାଦକ ସାମନ୍ତ ପଟ୍ଟଯୋଶୀ, ପୂର୍ବତନ ପ୍ରଧାନ ଶିକ୍ଷକ ଦୟାନିଧି ପୁଝାରୀ, ସ୍କୁଲ ପରିଚାଳନା କମିଟି ସଭାପତି ଅନିରୁଦ୍ଧ ପାତ୍ର ମଞ୍ଚାସିନ ହୋଇ ଶ୍ରୀ ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଥିଲେ l ଶିକ୍ଷକତା ଜୀବନରେ ଶ୍ରୀ ପଣ୍ଡା, ଗଣିତ, ବିଜ୍ଞାନ, ଇଂରାଜୀରେ ବହୁ ପ୍ରତିଭାବାନ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ର ପରିଚୟ ସୃଷ୍ଟି କରିଛନ୍ତି l ବିଭିନ୍ନ ବିଜ୍ଞାନ ମେଳା ସମୟରେ ଜଣେ ପର୍ଯ୍ୟବେକ୍ଷକ ସାଙ୍ଗକୁ ଜଣେ ଦକ୍ଷ ଉପସ୍ଥାପକ ଓ ମଞ୍ଚ ପରିଚାଳନା ଭଳି ଅନେକ ଦକ୍ଷତା ତାଙ୍କ ଭିତରେ ଦେଖିବାକୁ ମିଳେ l ଶିକ୍ଷକ ଜୀବନରେ ତାଙ୍କ ଅବଦାନ, ଶିକ୍ଷାନୁଷ୍ଠାନ ପ୍ରତି ତାଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ କୁ ସବୁବେଳେ ମନେପଡୁଥିବେ ବୋଲି ଉପସ୍ଥିତ ଅତିଥି ଓ ସହପାଠୀ ମାନେ ବକ୍ତବ୍ୟ ରଖିଥିଲେ l ଅବସର ଗ୍ରହଣ ସମୟରେ ତାଙ୍କ ଦୁଇ ପୁତ୍ର ଡ଼ ଦୀପ୍ତେସ ପଣ୍ଡା, ଡ଼ ନୀଲେଶ ପଣ୍ଡା ଉପସ୍ଥିତ ଥିଲେ l ସଂସ୍କୃତ ଶିକ୍ଷକ ଧୀରେନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଲୋକନାଥ ନାଏକ ଧନ୍ୟବାଦ ଦେଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହଯୋଗୀ, ଛାତ୍ର, ଛାତ୍ରୀ ଉପସ୍ଥିତ ରହି ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.