ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୭୯ ରନ୍ କରିଥିଲା। ଏହାର ଜବାବରେ ଗୁଜୁରାଟ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଛି। ଗୁଜରାଟ ପାଇଁ ଶୁଭମନ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ। ରସିଦ ଖାନ, ମହମ୍ମଦ ଶାମି ଏବଂ ଜୋସେଫ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
Defending champions Gujarat Titans beat Chennai Super Kings by five wickets in Indian Premier League opener
— Press Trust of India (@PTI_News) March 31, 2023
ଚେନ୍ନାଇ ସୁପର କିଙ୍ଗସ ଓପନର ଋତୁରାଜ ଗାଏକ୍ବାଡ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ଏହି ମ୍ୟାଚରେ ୯୨ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ସେ ଆଉଟ୍ ହେବା ପରେ ଚେନ୍ନାଇର ଅନ୍ୟ କୌଣସି ଖେଳାଳି ରନ କରିପାରିନଥିଲେ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ୱିକେଟ୍ କ୍ରମାଗତ ଭାବେ ହରାଇଥିଲା ଦଳ।
ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଗୁଜୁରାଟ ଆଗରେ ୧୭୯ ରନର ଟାର୍ଗେଟ ଦେଇଥିଲା। ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୧୭୮ ରନ୍ ସଂଗ୍ରହ କରି ୭ ୱିକେଟ୍ ହରାଇଥିଲା। ଏହି ସମୟରେ ଋତୁରାଜ ଗାଏକ୍ବାଡ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ୫୦ ବଲରେ ୯୨ ରନ୍ ସଂଗ୍ରହ କରିଥିଲେ। ଋତୁରାଜ ୯ଟି ଛକା ଓ ୪ଟି ଚୌକା ମାରିଥିଲେ। ଯଦିଓ ସେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ।