ଅସହାୟ ରୋଗୀଙ୍କୁ ରକ୍ତଦାନ କଲା ବଜରଙ୍ଗ ଦଳ : ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାଶ

ନୂଆପଡା,୫/୩ : ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଦିନ ରେ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଅନେକ ସମୟରେ ରକ୍ତ ଅଭାବ କାରଣରୁ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମୃତ୍ୟୁ ବରଣ କରିଥାନ୍ତି । ରକ୍ତ ଭଣ୍ଡାରରେ ଅନେକ ସମୟରେ ସମସ୍ତ ଗ୍ରୁପ ର ରକ୍ତ ସଂଗ୍ରହ କରାଯାଇ ସଂଗୃହିତ କରି ରଖିଥିଲେ ମଧ୍ୟ ଅଧିକ ଆବଶ୍ୟକତା କାରଣରୁ ଅନେକ ସମୟରେ ରକ୍ତଭାବ ଦେଖାଯାଇଥାଏ ।

Omkar Vasthu
Omkar Vasthu

ତେବେ ଏଭଳି ସମସ୍ୟା ଜାଣି ପାରିବ ପରେ ନୂଆପଡାର ବଜରଙ୍ଗ ଦଳ ଏକ ଅଭିନବ ପ୍ରୟାଶ କରିଛନ୍ତି । ସେମାନେ ରକ୍ତ ଭଣ୍ଡାର ପାଖରେ ଜଗି ରହି ଗରିବ ଓ ଯେଉଁ ରୋଗୀଙ୍କୁ ରକ୍ତ  ଆବଶ୍ୟକତା ରହିଛି ସେହି ମାନଙ୍କୁ ଖୋଜି ନିସ୍ଵାର୍ଥପର ଭାବେ ରକ୍ତ ଦାନ କରିଛନ୍ତି । ତେବେ ଏହି ବଜରଙ୍ଗ ଦଳରେ ନୂଆପଡା ର ଅନେକ ଯୁବକ ଯୋଡି ହୋଇ ରହିଛନ୍ତି ଯାହାଫଳରେ ସେମାନେ ଏଭଳି ସମାଜସେବା ଭାବନା ରଖି ଗତ ସପ୍ତାହ ମଧ୍ୟରେ ୭ ଜଣଙ୍କୁ ରକ୍ତଦାନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ରକ୍ତ ଗ୍ରହଣ କରିଥିବା ରୋଗୀ ମାନେ ହେଲେ ଖିରାଧର ପୋଢ଼, ହିଭାନନ୍ଦୀ ଚି଼ନ୍ଦୁ, ବୃଞ୍ଚଳ ପ୍ରଧାନ, ରିଂଜୁ ବାଗ, ଅଗ୍ନିସୂୟା ସାଗର, ଭୁବୁ ସନ୍ଦ, ଠାନୟ କୁମାର । ଏମାନଙ୍କୁ ଯଥାକ୍ରମେ ସୁରଜ ସାହୁ, ସୁଭାଷ କୁମାର, ସଂଜୀବ ସାହୁ, କଶିଠୁ ଥାପା, ରାକେଶ ମିଶ୍ର, ଲାଲେ ବାଗ, ଦୀପକ ରାବତ ପ୍ରମୁଖ ବଜରଙ୍ଗ ଦଳ ସଦସ୍ୟ ରକ୍ତ ଦାନ କରିଥିଲେ ।

ଏ ନେଇ ବଜରଙ୍ଗ ଦଳ ସଭାପତି ରୋହିତ ସାହୁ କହିଛନ୍ତି ଯେ ଆଗାମୀ ଦିନ ମାନଙ୍କରେ ମଧ୍ୟ ଗରିବ ଲୋକଙ୍କୁ ରକ୍ତଦାନ କରାଯିବ ଓ ନୂଆପଡାର ବିଭିନ୍ନ ଉର୍ନ୍ନତ ମୂଳକ କାର୍ଯ୍ୟରେ ବଜରଙ୍ଗ ଦଳର ମୁଖ୍ୟ ଭୂମିକା ରହିବ । ବଜରଙ୍ଗ ଦଳ ର ଏହି ଅଭିନବ ପ୍ରୟାଶରେ ସଭାପତି ରୋହିତ ସାହୁ ଙ୍କ ସହ ହିତେଶ ସାହୁ, ବିରୁ ମହାନନ୍ଦ, ପିଣ୍ଟୁ ସାହୁ, ନିର୍ମଳ ରାଉତ, ତାର ସିଂ ଓ ସମସ୍ତ ସଦସ୍ୟ ଓ ସହଯୋଗୀ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.