ଅସହାୟ ରୋଗୀଙ୍କୁ ରକ୍ତଦାନ କଲା ବଜରଙ୍ଗ ଦଳ : ଗରିବ ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାଶ

ନୂଆପଡା,୫/୩ : ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ଦିନ ରେ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ତେବେ ଅନେକ ସମୟରେ ରକ୍ତ ଅଭାବ କାରଣରୁ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମୃତ୍ୟୁ ବରଣ କରିଥାନ୍ତି । ରକ୍ତ ଭଣ୍ଡାରରେ ଅନେକ ସମୟରେ ସମସ୍ତ ଗ୍ରୁପ ର ରକ୍ତ ସଂଗ୍ରହ କରାଯାଇ ସଂଗୃହିତ କରି ରଖିଥିଲେ ମଧ୍ୟ ଅଧିକ ଆବଶ୍ୟକତା କାରଣରୁ ଅନେକ ସମୟରେ ରକ୍ତଭାବ ଦେଖାଯାଇଥାଏ ।

ତେବେ ଏଭଳି ସମସ୍ୟା ଜାଣି ପାରିବ ପରେ ନୂଆପଡାର ବଜରଙ୍ଗ ଦଳ ଏକ ଅଭିନବ ପ୍ରୟାଶ କରିଛନ୍ତି । ସେମାନେ ରକ୍ତ ଭଣ୍ଡାର ପାଖରେ ଜଗି ରହି ଗରିବ ଓ ଯେଉଁ ରୋଗୀଙ୍କୁ ରକ୍ତ  ଆବଶ୍ୟକତା ରହିଛି ସେହି ମାନଙ୍କୁ ଖୋଜି ନିସ୍ଵାର୍ଥପର ଭାବେ ରକ୍ତ ଦାନ କରିଛନ୍ତି । ତେବେ ଏହି ବଜରଙ୍ଗ ଦଳରେ ନୂଆପଡା ର ଅନେକ ଯୁବକ ଯୋଡି ହୋଇ ରହିଛନ୍ତି ଯାହାଫଳରେ ସେମାନେ ଏଭଳି ସମାଜସେବା ଭାବନା ରଖି ଗତ ସପ୍ତାହ ମଧ୍ୟରେ ୭ ଜଣଙ୍କୁ ରକ୍ତଦାନ କରିଛନ୍ତି ।

ରକ୍ତ ଗ୍ରହଣ କରିଥିବା ରୋଗୀ ମାନେ ହେଲେ ଖିରାଧର ପୋଢ଼, ହିଭାନନ୍ଦୀ ଚି଼ନ୍ଦୁ, ବୃଞ୍ଚଳ ପ୍ରଧାନ, ରିଂଜୁ ବାଗ, ଅଗ୍ନିସୂୟା ସାଗର, ଭୁବୁ ସନ୍ଦ, ଠାନୟ କୁମାର । ଏମାନଙ୍କୁ ଯଥାକ୍ରମେ ସୁରଜ ସାହୁ, ସୁଭାଷ କୁମାର, ସଂଜୀବ ସାହୁ, କଶିଠୁ ଥାପା, ରାକେଶ ମିଶ୍ର, ଲାଲେ ବାଗ, ଦୀପକ ରାବତ ପ୍ରମୁଖ ବଜରଙ୍ଗ ଦଳ ସଦସ୍ୟ ରକ୍ତ ଦାନ କରିଥିଲେ ।

ଏ ନେଇ ବଜରଙ୍ଗ ଦଳ ସଭାପତି ରୋହିତ ସାହୁ କହିଛନ୍ତି ଯେ ଆଗାମୀ ଦିନ ମାନଙ୍କରେ ମଧ୍ୟ ଗରିବ ଲୋକଙ୍କୁ ରକ୍ତଦାନ କରାଯିବ ଓ ନୂଆପଡାର ବିଭିନ୍ନ ଉର୍ନ୍ନତ ମୂଳକ କାର୍ଯ୍ୟରେ ବଜରଙ୍ଗ ଦଳର ମୁଖ୍ୟ ଭୂମିକା ରହିବ । ବଜରଙ୍ଗ ଦଳ ର ଏହି ଅଭିନବ ପ୍ରୟାଶରେ ସଭାପତି ରୋହିତ ସାହୁ ଙ୍କ ସହ ହିତେଶ ସାହୁ, ବିରୁ ମହାନନ୍ଦ, ପିଣ୍ଟୁ ସାହୁ, ନିର୍ମଳ ରାଉତ, ତାର ସିଂ ଓ ସମସ୍ତ ସଦସ୍ୟ ଓ ସହଯୋଗୀ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.