ଭୁବନେଶ୍ବର,୪/୫ : ସାମୁଦ୍ରିକ ଝଡ ତୋଫାନ ‘ଫନୀ’ ତା’ର ତାଣ୍ଡବ ରଚି ଭୟଂକର ହୋଇ ଉଠୁଥିବା ସମୟରେ ଭୁବନେଶ୍ବର ରେଲୱେ ହସପିଟାଲରେ ଜଣେ ୩୨ ବର୍ଷିଆ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବାତ୍ୟା ଫନୀ ଅନୁସାରେ ଝିଅର ନାମକରଣ କରିଛନ୍ତି ତା’ର ବାପା-ମା । ‘ଫାନୀ’ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ମହିଳା ଜଣକ ହେଲେ ଜଣେ ରେଳ କର୍ମଚାରୀ । ସେ ମଞ୍ଚେଶ୍ବର ରେଲ ଡବା ମରାମତି ୱାର୍କସପ୍ ରେ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ମା ଓ ଶିଶୁ ସୁସ୍ଥ ରହିଥିବା ଜଣାଯାଇଛି ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇