ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ବାଳିକା ବିଦ୍ୟାଳୟ ପରିସର ଠାରୁ ୬ ରୁ ୧୪ ବର୍ଷ ମଧ୍ୟରେ ଥିବା ସବୁ ପିଲାମାନଙ୍କୁ ସ୍କୁଲରେ ସେମାନଙ୍କୁ ନିୟମିତ ପାଠପଢ଼ାକୁ ଚାଲୁ ରଖିବା ଉଦେଶ୍ୟରେ ଚାଲ ଆମେ ସ୍କୁଲ ଯିମା ସଚେତନତା ଅଭିଯାନ ରଥକୁ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ମହାଦେବ ମିଶ୍ର, ସିଡିପିଓ ସବିତା ଦାସ, ସିଆସିସି ଲକ୍ଷରାଜ ମେହେର, ହରି ନାଗ, ଶେଷଦେବ ପ୍ରଧାନ, ଚିନ୍ତାମଣି ସାହୁ, ପ୍ରଦୀପ ନାଗ, ଲବ ଦଣ୍ଡସେନା, ହିମାଂଶୁ ବେହେରା ଓ ଶାରୀରିକ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଏହାପରେ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ଏକ ସଚେତନତା ନୃତ୍ୟ ପରିବେଷଣ କରାଯାଇଥିଲା l ଏହି ରଥ ୫ ଦିନ ଧରି ବ୍ଲକର ବିଭିନ୍ନ ୧୭ଗୋଟି କ୍ଲଷ୍ଟରକୁ ପରିଦର୍ଶନ କରି ସଚେତନତା କରିବ ବୋଲି ବିଇଓ ଶ୍ରୀ ଭୋଇ ସୂଚନା ଦେଇଥିଲେ l ଏହି ରଥ ସଇଁତଲା କ୍ଳଷ୍ଟରର ଲାଚୁଟ ପ୍ରକଳ୍ପ ବିଦ୍ୟାଳୟକୁ ପହଂଚିବା ପରେ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭୂମିଜାବାଇ ଗୁରୁ, ଶିକ୍ଷୟତ୍ରୀ ହିରଣ୍ମୟୀ ପୃଷେଠ, ସୁପାଲି ପାଣ୍ଡେ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.