ଦଣ୍ଡମୁଣ୍ଡା ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ : ୧୦ଆହତ

ନବରଙ୍ଗପୁର, ୫/୫ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡମୁଣ୍ଡା ସାପ୍ତାହିକ ବଜାରରେ ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ହାଟକୁ ଆସିଥିବା ଜଣେ ଛାତ୍ରଙ୍କ ସମେତ୯ଜଣ ବ୍ୟବସାୟୀ ଆହତ ହୋଇଛନ୍ତି। ଚଣ୍ଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବାପରେ ସମସ୍ତେ ସୁସ୍ଥହୋଇ ଘରକୁ ଫେରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବଜାର ପଡ଼ିଆରେ ଥିବା ସାହାଜଗଛ ରେ ମହୁମାଛି ବସା ବାନ୍ଧିଛି । ହଠାତ ହାଟକୁ ଆସିଥିବା ବ୍ୟବାସାୟୀ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ମହୁମାଛି । ମହୁମାଛି ଆକ୍ରମଣରେ ବ୍ୟବସାୟୀ ଖିତିରାମ ବିଶି (୨୦)ପାଳସାପଡା, ଦେବାନନ୍ଦ ମାଲି(୪୦), ସୁଜନ ପୁଝାରୀ ପୁଝାରୀଗୁଡା ଙ୍କ ସମେତ ୧୦ଜଣ ଆହତ ହୋଇଥିଲେ ପରେ ସମସ୍ତେ ଚଣ୍ଡାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ପରେସମସ୍ତଙ୍କୁ ଘରକୁଛାଡ଼ି ଦିଆଯାଇଥିବା ସୁଚନା ମିଲିଛି। ଦଣ୍ଡମୁଣ୍ଡା ବଜାର ପଡ଼ିଆ ଗଛରେ ମହୁମାଛି ବସବାନ୍ଧିଥିବାରୁ ହାଟକୁ ଆସୁଥିବା ବ୍ୟବସାୟୀ କିଣାବିକା କରୁଥିବା ଲୋକମାନେ ମଧ୍ୟ ମହୁମାଛି ଆକ୍ରମଣରେ ଶିକାର ହେଉଥିବା ନଜିର ରହିଛି। ଏପରିକି ବିଭିନ୍ନ ସମୟରେ ବଜାରକୁ ଆସୁଥିବା ଲୋକଙ୍କୁ ମଧ୍ୟ ମହୁମାଛି କାମୁଡୁଛି। ତେଣୁ ଶୀଘ୍ର ଏହିଗଛରୁ ମହୁମାଛି ଙ୍କୁ ହଟାଇବା ପାଇଁ ବନ ବିଭାଗ ଦୃଷ୍ଟି ଦେବାକୁ ଜନସାଧରଣରେ ଦାବି କରାଯାଉଛି।

ନବରଙ୍ଗପୁର – କଳାହାଣ୍ଡି ସ୍ୱତନ୍ତ୍ର ପ୍ରତିନିଧି ଲୋଚନ ପୋଡ଼ଙ୍କ Report odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.