ଜଳୁଛି ଜଙ୍ଗଲ : ବିକଳ୍ପ କେବଳ ସଚେତନତା

ରାୟଗଡ,୫/୫ : ଜଙ୍ଗଲରୁ ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ଜାଳେଣି କାଠ ଓ କୋଇଲା ଆଣି ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ପାଇଁ ସବୁଜ ବନାନୀ ଜଙ୍ଗଲଗୁଡିକ ମଧ୍ୟରେ ଯାତାୟାତର ବାଟ କାଢିବା ପାଇଁ ନିଆଁ ଲଗେଇ ଦେଇଥାନ୍ତି ଜଙ୍ଗଲ ଅଂଚଳରେ ରହୁଥିବା ଲୋକମାନେ । ତେବେ ଏମାନଙ୍କୁ ଜଙ୍ଗଲ ସୃଷ୍ଟି କରିବା ଓ ଏହା ନଷ୍ଟ ନ କରିବା ସହ ବିଶେଷ କରି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବହୁ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଥିଲେ ମଧ୍ୟ ନିଜର ଚାହିଦାକୁ ମେଂଟାଇବାକୁ ଯାଇ ପୁଣିଥରେ ଜଙ୍ଗଲରେ ନିଆଁ ଲାଗି ରହିଥିବା ଦେଖିବାକୁ ମିଳିଥାଏ । ରାୟଗଡ ଜିଲ୍ଳାରେ ଗତ ୧୯୫୭ ମସିହା ନଭେମ୍ବର ୧୫ତାରିଖରେ ରାୟଗଡ ଫରେଷ୍ଟ ରେଂଜ ଗଠନ ହୋଇଥିବା ବେଳେ ଏହାକୁ ୨୦୦୩ ମସିହା ଅକ୍ଟୋବର ୨ତାରିଖରେ ପୁର୍ନଃଗଠନ କରି ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା । ସେବେଠାରୁ ପାଖାପାଖି ୯୦୦ବର୍ଗ କିଲୋମିଟର ପରିଧି ସୀମାରେ ରହିଥିବା ରାୟଗଡ, କୋମତଲପେଟା ଓ ଗୁମ୍ମା ଫରେଷ୍ଟ ସେକ୍ସନ ଏବଂ ୧୯ଟି ଫରେଷ୍ଟ ବିଟ୍ସକୁ ନେଇ ରାୟଗଡ ଫରେଷ୍ଟ ରେଂଜ ଗଠିତ ହୋଇଛି । ସେହିପରି ପୂର୍ବ ଭାଗରେ ଗୁଣପୁର, ପଶ୍ଚିମରେ ଟିକିରି, ଉତରରେ କଲ୍ୟାଣସିଂହପୁର ଓ ଆନ୍ଧ୍ରପ୍ରଦେଶର ବିଜୟନଗରମ ପଟରେ ଦକ୍ଷିଣ ଭାଗ ରହିଛି । ରାୟଗଡ ଫରେଷ୍ଟ ରେଂଜରେ ସମୁଦାୟ ଜଙ୍ଗଲ ୩୨ହଜାର ୭୮୨.୯୫ ହେକ୍ଟରରେ ସୀମତି ରହିଥିବା ବେଳେ ୧୩୯୫୫.୪୫ ହେକ୍ଟରରେ ୧୭ଟି ସଂରକ୍ଷିତ ଜଙ୍ଗଲ,୧୩୦୧୦.୧୩ ହେକ୍ଟରରେ ୨୩ଟି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ୫୪୯୯.୩୭ହେକ୍ଟରରେ ୫ଟି ଚିହ୍ନଟ ଜଙ୍ଗଲ ରହିଛି । ସେହିପରି ରାୟଗଡ ଫରେଷ୍ଟ ସେକ୍ସନ ରାୟଗଡ, ମାରିଗୁଡା, କେରଡା, ଜେମାଦେଈପେଣ୍ଠ, ହନସା, କୋଟଲାଗୁଡା ଓ ପଣସଗୁଡା ୭ଟି ବିଟ୍ସକୁ ନେଇ ଗଠନ ହୋଇଥିବା ବେଳେ ଗୁମ୍ମା, କୁମ୍ଭିକୋଟା, ରାଫକୋଣା ଓ ନାଥମା ୪ଟି ବିଟ୍ସକୁ ନେଇ ଗୁମ୍ମା ଫରେଷ୍ଟ ସେକ୍ସନ ଏବଂ କୋମତଲପେଟା, ବୀରନାରାୟଣପୁର, ମୀରାବାଲି, ତାମଲବାଇ, ଥେରୁବାଲି, ବୁଡୁଣୀ, ଲେକାପାଇ ଓ କୈଳାସକୋଟା ୮ଟି ବିଟ୍ସକୁ ନେଇ କୋମତଲପେଟା ଫରେଷ୍ଟ ସେକ୍ସନ ଗଠନ ହୋଇଛି । ୧୩୪ଟି ବନ ସଂରକ୍ଷଣ ସମିତି(ଭିଏସଏସ)ଏହି ରାୟଗଡ ରେଂଜରେ କାମ କରୁଛନ୍ତି । ତଥାପି ରାୟଗଡ ରେଂଜରେ ଥିବା ଜଙ୍ଗଲଗୁଡିକରେ ଦିନ ଦ୍ୱିପ୍ରହରରେ ମଧ୍ୟ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି । ରାୟଗଡ ରେଂଜର କୋମତଲପେଟା ଫରେଷ୍ଟ ସେକ୍ଟନର କୈଳାସକୋଟା ଫରେଷ୍ଟ ବିଟ୍ ଅଂଚଳର ଡଙ୍ଗର ଲେକାପାଇ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଦିନ ଦ୍ୱିପ୍ରହରରେ ହୁତହୁତୁ ହୋଇ ନିଆଁ ଲାଗିଥିବା ଦେଖିବାକୁ ମିିଳିଥିଲା । ଫଳରେ ବହୁ ମୂଲ୍ୟବାନ ଗଛଗୁଡିକ ପୋଡି ନଷ୍ଟ ହୋଇଯିବା ସହ ଏହି ନିଆଁ ବ୍ୟାପି ଜଙ୍ଗଲର ଅଧିକାଂଶ ଅଂଚଳକୁ ମାଡି ଯାଇଥିଲା । ଖବର ପାଇ ବନ ବିଭାଗ ପକ୍ଷରୁ ନିଆଁକୁ ଆୟତ କରାଯାଇଥିଲା । ପ୍ରକାଶ ଥାଉ କି ପ୍ରତିବର୍ଷ ଫେବୃୟାରୀ ଠାରୁ ମେ’ ୪ମାସ ମଧ୍ୟରେ ଜଙ୍ଗଲରେ ନିଆଁ ଲାଗିଥାଏ । ଯାହାକୁ ନେଇ ବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ୧୦ଜଣିଆ ଏକ ସ୍କାର୍ଡ ଟିମ୍ ଗଠନ କରାଯାଇ ଏହା ଉପରେ ନଜର ରଖାଯାଇଥାଏ । ବର୍ଷ ବର୍ଷ ଧରି ବିଭାଗ ଓ ବନ ସଂରକ୍ଷଣ ସମିତି ଦ୍ୱାରା ଗ୍ରାମ ଗ୍ରାମ ବୁଲି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ସଚେତନତା ଅଭାବ ହିଁ ଏହାର ମୂଳ କାରଣ ବୋଲି ଜଣାପଡିଛି । ତେବେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କେବଳ ବିକଳ୍ପ ବ୍ୟବସ୍ଥା ଲୋକ ସଚେତନତା ହିଁ ସାର ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରୁଛନ୍ତି । ଦ୍ରୁତଗତିରେ ବଢି ଚାଲିଥିବା ଗ୍ଳୋବାଲ ୱାର୍ମିଂକୁ ନିୟନ୍ତ୍ରଣ କରିବା ଦିଗରେ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଜଙ୍ଗଲ ବିଭାଗକୁ ଷ୍ଟେଟ ପ୍ଳାନ, କମ୍ପା, ଓଏମଏଫ ଓ ସିଏସଆର ଭଳି ଯୋଜନାଗୁଡିକରେ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇ ସହରାଂଚଳ ବନୀକରଣ, ବିଲଡିଂ ମରାମତି ଓ ନିର୍ମାଣ, ପଥପାର୍ଶ୍ବ ବନୀକରଣ ,ଜଙ୍ଗଲ ରାସ୍ତା ନିର୍ମାଣ ଓ ମରାମତି ସାଙ୍ଗକୁ ନିଆଁଲିଭା କାର୍ଯ୍ୟକ୍ରମର ଖର୍ଚ୍ଚ ହେଉଥିଲେ ସୁଦ୍ଧା ଜଙ୍ଗଲଗୁଡିକ ନିଆଁ ଦାଉରୁ ରକ୍ଷା ପାଇପାରୁନାହାନ୍ତି ।

Omkar Vasthu
Omkar Vasthu

 

ରାୟଗଡାରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Pearl dental clinic
Near Ashish Medical Store, Bhawanipatna

Like us on Facebook👇

Udyog Nursery
Udyogi Nursery

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.