ନର୍ଲାରେ ପୁଣି କରୋନା ରୋଗୀ ଚିହ୍ନଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେଶରେ ପୁଣି କରୋନା ଲହର ଆରମ୍ଭ ହୋଇଥିବା ବେଳେ ୬୦୦୦ ରୁ ଉର୍ଦ୍ଧ୍ବ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣା ପଡିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକରେ ଗତ ସପ୍ତାହରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ମଧ୍ୟ ଜଣେ ଚିହ୍ନଟ ହୋଇଥିଲେ । ଗୁରୁବାର ସକାଳେ ତୁଳାପଡା ଗ୍ରାମର ଜଣେ ୪୦ ବର୍ଷିୟ ମହିଳା ଥଣ୍ଡା, କାଶ, ଜ୍ୱର ଜନିତ ସମସ୍ୟା ଯୋଗୁଁ ନର୍ଲା ଡାକ୍ତରଖାନାକୁ ପରୀକ୍ଷଣ ପାଇଁ ଆସିଥିବା ବେଳେ କରୋନା ପରୀକ୍ଷଣରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ନର୍ଲା ମେଡିକାଲ ଷ୍ଟାଫଙ୍କ ମଧ୍ୟରେ ଏନେଇ ତନାଘନା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଭାବରେ ଜିଲ୍ଲାରେ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଦେଶରେ ପୁଣି କରୋନା ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟର ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ଗୁଡିକରେ ଏନେଇ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରୋନା ରୋଗୀ ଚିହ୍ନଟ ହେଲେ ତାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କିଭଳି ସେବା ଯୋଗାଇ ଦିଆଯିବ ସେ ନେଇ ଗତ ମଙ୍ଗଳବାର ଦିନ ଡାକ୍ତରଖାନା ପରିସରରେ ମକଡ୍ରିଲ କରାଯାଇଥିଲା । ଗତ ୨୦୨୨ ଜୁନ ମାସରେ ନର୍ଲାରେ ଶେଷ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଦୀର୍ଘ ୧୦ ମାସ ପରେ ପୁଣି ନର୍ଲାକୁ ଫେରିଛି କରୋନା । ଏବେ ନର୍ଲାରେ ମଧ୍ୟ କୋଭିଡ ଆକ୍ରାନ୍ତ ପରିଲକ୍ଷିତ ହୋଇଥିବାରୁ ଲୋକେ ସାମାଜିକ ଦୂରତା ବଜାଇ ରଖନ୍ତୁ, ମାସ୍କ ପରିଧାନ କରି ହାତ ସେନିଟାଇଜ କରନ୍ତୁ ବୋଲି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଅକ୍ଷୟ କୁମାର ଗୋଚ୍ଛାୟତ ନିବେଦନ କରି ସତର୍କ କରାଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.