ଅପ୍ରେଲ ୧୬ରୁ ଆରମ୍ଭ ହେଲା ସେବକାରୀ କିନ୍ନର ସଂଘର ବହୁଚରା ମାତା ପୂଜା

୫୦ରୁ ଉର୍ଦ୍ଧ୍ବ କିନ୍ନର କଳସ ଯାତ୍ରାରେ ସାମିଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସେବାକାରୀ କିନ୍ନର ସଂଘର ବହୁଚାରା ପୂଜା ଆସନ୍ତା ଆଜି ରବିବାର ଠୁଁ ଆରମ୍ଭ ହେଲା । ଏନେଇ ସନ୍ଧ୍ୟା ୬ ଘଣ୍ଟା ସମୟରେ ତୁଳା ଗାଁ ପୁଷ୍କରିଣୀ ରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ନର୍ଲା ସେବାକାରୀ କିନ୍ନର ସଂଘ ର ସଭାପତି କାମିନୀ କିନ୍ନର ଙ୍କ ନେତୃତ୍ୱରେ ୫୦ ରୁ ଉର୍ଦ୍ଧ୍ବ କିନ୍ନର କଳସ ଯାତ୍ରା ରେ ସାମିଲ ହୋଇଥିଲେ ।ଅସ୍ଥାୟୀ ପୂଜା ମଣ୍ଡପ ରେ କଳସ ସ୍ଥାପନା ପରେ ଆରମ୍ଭ ହୋଇଛି ପୂଜାବିଧି । ବ୍ରହ୍ମା ପଣ୍ଡିତ ଭାବରେ ବୃନ୍ଦାବନ ମିଶ୍ର ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ୧୭ ଓ ୧୮ ଦୁଇଦିନ ଧରି ଏହି ବହୁଚର ପୂଜା ଚାଲିବା ପରେ ଆସନ୍ତା ୧୯ ରେ ଏହାର ପୂର୍ଣ୍ଣାହୂତି ପଡିବ ବୋଲି ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ସୂଚନା ଦେଇଛନ୍ତି । କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ମା ବହୁଚାରା । ପ୍ରତିବର୍ଷ ଚୈତ୍ର ମାସରେ ନର୍ଲା ସେବାକାରୀ କିନ୍ନର ସଂଘ ତରଫରୁ ମା ବହୁଚାରାଙ୍କ ୧୬ ପୂଜା ଅନୁଷ୍ଠିତ ହୋଇଥାଏ । ଗତ ୨୦୨୦/୨୧ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ କେବଳ ପୂଜା ଅନୁଷ୍ଠିତ ହୋଇଥିଲା । ହେଲେ ଏଭଳି ଭବ୍ୟ ଉତ୍ସବ ହୋଇପାରି ନଥିଲା । ଏଥିପାଇଁ ରାୟଗଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର ପ୍ରଭୃତି ସ୍ଥାନରୁ ୬୦ ରୁ ଉର୍ଦ୍ଧ୍ବ କିନ୍ନର ଆସି ପହଞ୍ଚି ସାରିଥିବା ଜଣାପଡିଛି । ଆଜି କଳସ ଯାତ୍ରା ଓ ପୂଜାର୍ଚ୍ଚନା ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତା କାଲି ସୋମବାର ୧୭ ରେ ପୀଠପୂଜା, ୧୮ ରେ ସଭା କାର୍ଯ୍ୟକ୍ରମ ଓ ୧୯ ସଂଧ୍ୟାରେ ନଗର ପରିକ୍ରମା ସହ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତ୍ୟହ ସଂଧ୍ୟାରେ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଛି । ନର୍ଲା ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ଓ କୋଷାଧ୍ୟକ୍ଷ ରାଜୁ ଜୁଏଡ ପୂଜା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ । ବରିଷ୍ଠ ସଦସ୍ୟ ଦୁର୍ଗା କିନ୍ନର, ବରିଷ୍ଠ ସଦସ୍ୟ ବିନୁ, ରୀତା, ବୁଲବୁଲ, ବର୍ଷା, ପାୟଲ କିନ୍ନର ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରୁଥିବା ଜଣା ପଡ଼ିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.