ମାସେ ପର୍ଯ୍ୟନ୍ତ ଚାଲିବ ଆମ୍ବେଦକର ଜୟନ୍ତୀ: ଏଓଏସସିଏଫ ପକ୍ଷରୁ ନର୍ଲା ଓ ତହଁସିରରେ ବାବାସାହେବଙ୍କ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲାରେ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅପ୍ରେଲ୍ ୧୪ ରୁ ମାସ ତମାମ ପାଳନ କରିବା ପାଇଁ ଯୋଜନା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅପ୍ରେଲ ୧୬ ରବିବାର ଦିନ ଏଓଏସସିଏଫ ନର୍ଲା ଶାଖା ଓ କେସିଙ୍ଗା ଶାଖା ତରଫରୁ ବାବାସାହେବ ଡ଼ଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ନର୍ଲାରେ ଏଓଏସସିଏଫ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ୍, ସମ୍ମାନୀୟ ଅତିଥି ଭାବେ ସମ୍ପାଦକ ଶ୍ରୀବତ୍ସ ତାଣ୍ଡି, ଯୋଗେଶ୍ଵର ସାଗର, ବରୁଣ ସୁନା, କବିତା ବାଗ, ସରିଆଁ ସରପଞ୍ଚ ଓମ୍ ପ୍ରକାଶ ଛତ୍ରୀଆ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ଯୁବ ନେତୃତ୍ବ ଗୋବିନ୍ଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ଏସ୍ ସୁଜାତା। ଏଥିରେ ଏଓଏସସିଏଫ ନର୍ଲା ବ୍ଳକର ଶହ ଶହ ସଦସ୍ଯ ଉପସ୍ଥିତ ଥିଲେ ।

ସେହିଭଳି ଭାବେ ଏଓଏସସିଏଫ କେସିଙ୍ଗା ଶାଖା ତରଫରୁ ତହସିଁର ଠାରେ ଡ଼ଃ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡି ଜିଲ୍ଲା ସଭାପତି ଧନଞ୍ଜୟ ଦୀପ୍, କେସିଙ୍ଗା ଏନଏସି ସଭାପତି ବିଷ୍ନୁ ମଙ୍ଗରାଜ, ସନ୍ତୋଷ ମଙ୍ଗରାଜ, ବ୍ଲକ ସଭାପତି ଲୋକନାଥ ନାଗ, ଉପଦେଷ୍ଟା ବିଜୟ ରାଜ ଶିଖା, ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରା, ଅଞ୍ଜୁ କୁମାର ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ଭୂଦେବ ମହାନନ୍ଦିଆ, ସମ୍ମାନୀୟ ବକ୍ତା ଅଧ୍ୟାପକ ଜିତେନ୍ଦ୍ର ସୁନା, ଯୋଗେଶ୍ଵର ସାଗର ପ୍ରମୁଖ ଯୋଗଦେଇ ବିଶ୍ବରତ୍ନ ବାବାସାହେବ ଡ଼ଃ ଭିମରାଓ ରାମଜୀ ଆମ୍ବେଦକରଙ୍କ ଜୀବନ ଦର୍ଶନ ଓ ସଂଘର୍ଷମୟ ଗାଥା ଉପରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଜୟପ୍ରକାଶ ଜାଲ । ଏଥିରେ ସମାଜିକ ଉପମୁଖ୍ୟ ଗିରିଜା ବେହେରା, ରୁମି ନାଏକ, ଗୋପାଳ ନାଏକ, କ୍ଷୀରୋଦ ନାଏକଙ୍କ ସମେତ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ  ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.