ବମକର ପ୍ରଥମ ସରପଞ୍ଚ କିଆ ସାହୁଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ବମକ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଆ ସାହୁ (୭୨)ଙ୍କ ଗତ କାଲି ରାତି ଆଠ ଘଣ୍ଟା ୩୩ ମିନିଟ ସମୟରେ ପରଲୋକ ହେଇଯାଇଛି । ସେ ଉକ୍ତ ପଞ୍ଚାୟତରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ଵ ଗ୍ରହଣ କରି ପଞ୍ଚାୟତର ବିକାଶରେ ନିଜର କାର୍ଯ୍ୟ ଦକ୍ଷତା ପ୍ରତି ପାଦନ କରିଥିଲେ । କେବଳ ସେତିକି ନୁହେଁ ପଞ୍ଚାୟତ ର ବିକାଶ ଦିଗ ରେ ଏହି ପରିବାର ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସବୁବେଳେ ରହି ଆସିଥିବା ବେଳେ ସମ୍ପ୍ରତି ତାଙ୍କର ସାନ ପୁଅ ରୋମାଞ୍ଚ ସାହୁ( ରାଷ୍ଟ୍ର) ଉକ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ ସଭାପତି ଭାବରେ ଦାୟିତ୍ଵ ଗ୍ରହଣ କରି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏଥି ପୂର୍ବରୁ ତାଙ୍କରି ସାନ ବୋହୁ ପ୍ରତିମା ସାହୁ ସରପଞ୍ଚ ଭାବରେ କାର୍ଯ୍ୟ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜୟଦେବ ସାହୁଙ୍କ ଧର୍ମ ପତ୍ନୀ ଥିଲେ ସ୍ବର୍ଗତ କିଆ ସାହୁ । ମୃତ୍ୟୁ ଖବର ପ୍ରଚାର ହେବା ପରେ ଆଜି ସକାଳୁ ତାଙ୍କରି ଶେଷ ଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୀର୍ତ୍ତନ ସାହୁ, ଗଙ୍ଗାଧର ମହାନ୍ତି, ସମାଜ ସେବୀ ବିକାଶ ରଞ୍ଜନ ସିଂହ ଦେଓ, ବିଡ଼ିଓ ବିନୟ କୁମାର ଭୋଇ, ମ.ରାମପୁର ବ୍ଲକ୍ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ସତପଥି, ବିଭୂତି ଭୂଷଣ ମହାଖୁଡ, ନବୀନ କୁମାର ସାହୁ, ବିଭୁ ପ୍ରସାଦ ସାହୁ, ପ୍ରଶାନ୍ତ ସାମନ୍ତରା, ରାକେଶ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ପ୍ରବୀଣ କୁମାର ପାଣି ପ୍ରମୁଖ ଶେଷ ଦର୍ଶନ ପାଇଁ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଗାଆଁରେ ଆଜି ସକାଳେ ଶେଷ କୃତ୍ୟ ସଂପନ୍ନ କରାଯାଇଛି । ବଡ଼ ପୁଅ ଝସ କେତନ ସାହୁ ଓ ସାନ ପୁଅ ରୋମାଞ୍ଚ ସାହୁ ମୁଖାଗ୍ନୀ ଦେଇଥିଲେ । ଶତାଧିକ ଗ୍ରାମ ବାସୀ ତଥା ନିଜ ସମ୍ପର୍କୀୟ ଶବ ଶୋଭାଯାତ୍ରା ରେ ସାମିଲ ଥିଲେ । ତେବେ ଗତ କାଲି ରାତି ରେ ଖାଇବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ଶେଷ ନିଃଶ୍ୱାସ ତ୍ୟାଗ କଲେ । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ବୋହୂ, ନାତି ନାତୁଣୀ, ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କରି ବିୟୋଗରେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂହ, ମ.ରାମପୁର ସରପଞ୍ଚ ତଥା ବ୍ଲକ୍ ସରପଞ୍ଚ ସଂଘ ସମ୍ପାଦିକା ବୀଣାପାଣି ସାହୁ ପ୍ରମୁଖ ଶୋକ ବ୍ୟକ୍ତ କରି ଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.