ରାଷ୍ଟ୍ରପିତା ଜ୍ୟୋତିବା ରାଓ ଫୁଲେ ଓ ସମ୍ବିଧାନ ପ୍ରଣେତା ବାବା ସାହେବଙ୍କ ସାମୂହିକ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସଦର ବ୍ଲକ ଅନ୍ତର୍ଗତ ସିର୍ଲିଗୁଡା ଠାରେ ମହାନ୍ ସମାଜ ସଂସ୍କାରକ ତଥା ପରାଧୀନ ଭାରତରେ ଶିକ୍ଷାର ଜନକ ଭାବେ ପରିଚିତ ରାଷ୍ଟ୍ରପିତା ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ୧୯୬ ତମ ଓ ସମ୍ବିଧାନ ପ୍ରଣେତା ତଥା ବିଶ୍ଵରେ ଜ୍ଞାନର ପ୍ରତୀକ ଭାବେ ଖ୍ୟାତି ଅର୍ଜନ କରିଥିବା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମିଳିତ ଭାବେ ରବିଦାସ ସମାଜ ପକ୍ଷରୁ ପାଳିତ ‌ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୀମ ଆର୍ମି ରାଜ୍ୟ ଉପ-ସଭାପତି ଧିମାନ୍ ଆଶିଷ ରଞ୍ଜନ ନାଏକ, ରବିଦାସ ସମାଜ ଜିଲ୍ଲା ସଭାପତି ଧିମାନ୍ ଶଙ୍କର ମେହେର, ଭୀମ ଆର୍ମି ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ମୁଖ୍ୟ ବକ୍ତା କାହ୍ନୁ ଚରଣ ସୁନାନୀ ,ସମ୍ମାନିତ ଅତିଥି ଭାବେ ସଂଗ୍ରାମୀ ସଞ୍ଜୟ ସୁନାନୀ, ରବିଦାସ ସମାଜ ପୌରାଞ୍ଚଳ ସଭାପତି ନିରଞ୍ଜନ ସତନାମୀ, ରବିଦାସ ସମାଜର ଉପଦେଷ୍ଟା ଡମୁ ମେହେର୍, ଜଗ ବନ୍ଧୁ ମେହେର ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଗ୍ରାମବାସୀଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ପାଖଣ୍ଡବାଦ, ଅନ୍ଧବିଶ୍ୱାସ ଠାରୁ ନିଜକୁ ଓ ଆଗାମୀ ପିଢ଼ି ଙ୍କୁ କିପରି ଦୂରେଇ ରଖାଯିବ ଓ ଶିକ୍ଷା ପ୍ରତି ଆକୃଷ୍ଟ କରି ବୈଜ୍ଞାନିକ ଚିନ୍ତାଧାରା ପ୍ରତି ଆକର୍ଷିତ କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଗଣତାନ୍ତ୍ରିକ ବ୍ୟବସ୍ଥାର ସଦୁପଯୋଗ କରିବା ସହିତ ସାମ୍ବିଧାନିକ ଅଧିକାର ବଳରେ ଭୋଟଦାନ କୁ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ଗ୍ରାମର ବହୁ ମହିଳା ଓ ପୁରୁଷ ଯୋଗଦାନ କରି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। ପାଣ୍ଡବ ମେହେର, ଭୈରବ ମେହେର ଓ ଅନ୍ୟ ଯୁବସାଥୀ ମାନେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଧୀମlନ ଲକ୍ଷ୍ମଣ ମେହେର ପରିଚାଳନା କରିଥିବା ବେଳେ ଧିମାନ୍ ସିଦ୍ଧେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.