ଓଡ଼ିଆ ବାର୍ତ୍ତା/ ଖାଲ୍ଲିକୋଟ (ମାଧବ ବେହେରା): ଉତ୍କଳୀୟ ପରମ୍ପରାର ଏକ ଅନନ୍ୟ ଶୁଭାରମ୍ଭ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ରଥ କାଠ ଅନୁକୂଳ କରାଯାଇଥାଏ। ଠିକ୍ ସେହିପରି ଖଲ୍ଲିକୋଟ ସ୍ଥିତ ବହୁ ପୁରାତନ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଚଳନ୍ତି ପ୍ରତିମା ମଦନମୋହନ ବିଜେ କରି ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ଵାରା ବିଧି ମୁତାବକ ହୋମଯଜ୍ଞ ଓ ସ୍ଵତନ୍ତ୍ର କର୍ମ କର୍ମାଣି ତଥା ପୂଜାର୍ଚ୍ଚନା କରାଯାଇ ତିନି ରଥର କାଠମାନଙ୍କୁ ଓ ବିଶ୍ଵକର୍ମା ମହାରଣାଙ୍କ ରଥ ନିର୍ମାଣରେ ବ୍ୟବହୃତ ହେଉଥିବା ଉପକରଣ ଗୁଡିକୁ ମହାପ୍ରଭୁଙ୍କ ଆଜ୍ଞା ପ୍ରକାରେ ଶୁଭ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତ, କର୍ମକର୍ତ୍ତା ଓ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ।