ଭାରତୀୟ ଅର୍ଥନୀତିରେ ଆର.ବି.ଆଇ.ର ନିୟମ ଏବଂ କାର୍ଯ୍ୟକୁ ନେଇ ସେମିନାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ତରଫରୁ ‘ଭାରତୀୟ ଅର୍ଥନୀତିରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ନିୟମ ଏବଂ କାର୍ଯ୍ୟ’ଉପରେ ଏକ ସେମିନାରର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ପ୍ରସନ୍ନ କୁମାର ଗନ୍ତାୟତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଚିଫ୍ ଜେନେରାଲ୍ ମ୍ୟାନେଜର ତଥା ମୁମ୍ବାଇ ସ୍ଥିତ ଏଚଆରଏମଡି’ର ଇନ୍ ଚାର୍ଜ ଅଧିକାରୀ ଏବଂ ଆରବିଆଇ ନୋମିନି ଡାଇରେକ୍ଟର ଇନ ଦି ବୋର୍ଡ ଅଫ୍ ଇଣ୍ଡିଆ’ର ସୁବ୍ରତ କୁମାର ଦାସ ଭର୍ଚୁଆଲ୍ ମୋଡ୍ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଆରବିଆଇର ନିୟମ ଏବଂ କାର୍ଯ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ସୁବ୍ରତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିତିବା ବଙ୍କଳ ଅଧ୍ୟାପିକା ସୁଶ୍ରୀ ମୋନାଲିସା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ମୁଖ୍ୟ ଡ.ବବିଲତା ସ୍ରଫ,ପଦାର୍ଥ ବିଞାନର ଅଧ୍ୟାପକ ଡ.ମନୋରଂଜନ ସାମଲ ଏବଂ ଅତିଥି ଭାବରେ ଅଧ୍ୟାପିକା ଚିତ୍ରା ମିଶ୍ର ଏବଂ ବାଣିଜ୍ୟ ବିଭାଗର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.