ପୂର୍ବତନ ରାଜ୍ୟସଭା ସାଂସଦଙ୍କ ବିରୁଦ୍ଧରେ ହୋଇଥିବା ଏତଲାରେ ଏସ.ପି.ଚୁପ୍ କାହିଁକି :ଦୁର୍ଗା ପଣ୍ଡା
ରାୟଗଡାର ବିଜେଡି ନେତାଙ୍କୁ ଘଂଟ ଘୋଡାଉଛନ୍ତି କି ମୁଖ୍ୟମନ୍ତ୍ରୀ :ସାଂସଦ ସପ୍ତଗିରି
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ରାୟଗଡା ଟ୍ରକ୍ ମାଲିକ ସଂଘ ପରିଚାଳନାରେ ବ୍ୟାପକ ଅନିୟମିତତା କରିବା ସହ କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବା ଏବଂ ନିଜର ରାଜନୀତି କ୍ଷମତା ଓ ଅର୍ଥ ଓ ବାହୁବଳରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟ ସଂଘକୁ ନିଜ ଆୟତରେ ରଖି ବେନିୟମ କାର୍ଯ୍ୟ କରୁଥିବା ନେଇ ତାଙ୍କ ବିରୁଦ୍ଧରେ ଗତ ୧୮ ତାରିଖରେ ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ରାୟଗଡା ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଜକୁ ସପ୍ତାହ ବିତି ଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ଏବଂ ଗୃହ ବିଭାଗ ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଳାରେ ସମସ୍ତଙ୍କୁ ନ୍ୟାୟ ଦେବାରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ କାହିଁକି ଚୁପ୍ ରହିଛନ୍ତି ବୋଲି ଆଜି ସ୍ଥାନୀୟ ପୂର୍ତ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଜିଲ୍ଳା କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ବିଜେଡି ସରକାର ଏବଂ ଜିଲ୍ଳା ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି । ତେଣୁ ଆଗାମୀ ୧୫ଦିନ ମଧ୍ୟରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଭୁବନେଶ୍ୱର ଠାରେ ସାମ୍ବାଦିକ ସମ୍ମିଳନୀରେ ପରବର୍ତୀ ପଦକ୍ଷେପ ବିଷୟରେ ସୂଚନା ଦିଆଯିବା ସହ ଆବଶ୍ୟକ ପଡିଲେ ନବୀନ ନିବାସ ଘେରାଉ କରାଯିବ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ଦୀର୍ଘ ୪୦ବର୍ଷ ଧରି ରାୟଗଡା ଟ୍ରକ ମାଲିକ ସଂଘକୁ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ପରିଚାଳନା କରି ଆସୁଥିବା ବେଳେ ଗତ ୩ ବର୍ଷ ତଳେ ଏହି ସଂଘକୁ ପଂଜିକୃତ କରାଯାଇଥିଲା । ତେବେ ବିଗତ ବର୍ଷଗୁଡିକରେ ଟ୍ରକ ମାଲିକ ସଂଘକୁ ନକ୍ସଲଙ୍କ ଠାରୁ ସୁରକ୍ଷା ପ୍ରଦାନ ଦିଗରେ ଚାନ୍ଦା ଆଦାୟ କରିବା ସହ ବିନା ଆକାଉଂଟସ ତଥା ପଂଜୀକୃତରେ କୋଟି କୋଟି ଟଙ୍କାକୁ ବାଟମାରଣା କରି ନିଜର ଆଧିପତ୍ୟ ବୃଦ୍ଧି କରିଥିଲେ ବୋଲି ଜିଲ୍ଳା ସଭାପତି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ।
ଦୀର୍ଘ ୪୦ବର୍ଷର ସଂଘକୁ ପଂଜୀକୃତ ନ କରାଇ ଗତ ୨୦୨୦ ମସିହାରେ ପଂଜୀକୃତ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଂଘରେ କୈାଣସି ପ୍ରକାର ବୈଧ କାରବାରର ହିସାବପତ୍ର ରଖାଯାଇ ନ ଥିବା ଟ୍ରକ ମାଲିକ ସଂଘ ଏତଲାରେ ଉଲ୍ଳେଖ କରିଥିବା ଶ୍ରୀ ପଣ୍ଡା କହିଛନ୍ତି । ଗୋଟିଏ ଟ୍ରକ ପିଛା ଟନକୁ ୫୦ଟଙ୍କା ସହ ଅନ୍ୟାନ୍ୟ ବାବଦକୁ ହଜାର ହଜାର ଟଙ୍କା ନକ୍ସଲକୁ ଚାନ୍ଦା ଦେବା ନାମରେ ଆଜି ବି ଆଦାୟ କରାଯାଉଥିବା ବେଳେ ଏଭଳି ବେନିୟମ କାର୍ଯ୍ୟକୁ ନେଇ ଟ୍ରକ ମାଲିକ ସଂଘର କିଛି ସଦସ୍ୟ ରାୟଗଡା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ସେହିପରି ଗୃହ ଦାୟିତ୍ୱରେ ଥିବା ଖୋଦ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ଗମ୍ଭୀର ଘଟଣାରେ କାହିଁକି କୈାଣସି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଉନାହାନ୍ତି । କଣ ନିଜର ବିଜେଡି ନେତାଙ୍କୁ ଘଂଟ ଘୋଡାଉଛନ୍ତି କି ବୋଲି କହିଥିଲେ ସାଂସଦ ଶ୍ରୀ ଉଲାକା । ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ ଭାବେ ପିସିସି ସାଧାରଣ ସଂପାଦକ ଭାବେ ମନୋନୀତ ହୋଇଥିବାରୁ ଜିଲ୍ଳା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କୁ ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଯାଇଥିବା ବେଳେ ଆପଲାସ୍ୱାମୀ କାଡ୍ରକା,ଶଙ୍କର୍ଷଣ ମଙ୍ଗରାଜ,ସୁନୀଲ ଚନ୍ଦ୍ର ପଣ୍ଡା,ଆସଲାମ ଖାନ,ଅଙ୍ଗଦ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।