ପୋଡ଼ିଯାଇଥୁବା କର୍ମଚାରୀଙ୍କୁ ରାଉରକେଲା ସ୍ଥାନାନ୍ତର
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଗୋଳାବାରୁଦ କାରଖାନା ପରିସରର ୟୁନିଟ ନମ୍ବର ୨ ରେ ଏକ ବଡ଼ ଧରଣ ବିସ୍ଫୋରଣ ଘଟିଛି l ଏଥିରେ ଗୁରୁତର ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ସରୋଜ କୁମାର ପଣ୍ଡା (୫୫) ଓ ବରାହମାଳ ଗ୍ରାମର ଗୌତମ ମହାନନ୍ଦ (୪୮) ବୋଲି ଜଣାପଡିଛି l ଆଜି ଶୁକ୍ରବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ୟୁନିଟ ନମ୍ବର ୨ ର କର୍ମଚାରୀ ସରୋଜ ପଣ୍ଡା ଓ ଗୌତମ ମହାନନ୍ଦ କାଯ୍ୟ କରୁଥିବା ସମୟରେ ହଠାତ ବାରୂଦ ବିସ୍ପୋରଣ ଘଟିଥିଲା l ଏଥିରେ ୨ ଗୁରୁତର କର୍ମଚାରୀମାନଙ୍କୁ ବଡ଼ମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l ଏଥିରେ ଗୌତମର ସାମ୍ନା ପଟ ମୁହଁ, ହାତ ଓ ଦେହଗୁଡିକ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଆଖିରୁ ପାଣି ବାହାରୁଥିବା ଦେଖାଦେଇଛି l ସେହିପରି ସରୋଜ ମଧ୍ୟ ସମାନ ଅବସ୍ଥା ହାତ, ଗୋଡ଼ଗୁଡିକ ପୋଡି ଯାଇଥିବା ଜଣାପଡିଛି l ଘଟଣାର ଖବର ପାଇଁ କାରଖାନା ଅତିରିକ୍ତ ମହାପ୍ରବନ୍ଧକ ତଥା ଓଆଇଟିସି ବି. ଶେଖର ଓ ଅନ୍ୟ ପଦାଧିକାରୀମାନେ ପହଂଚି ଘଟଣାର ଅନୁସନ୍ଧାନ କରୁଛନ୍ତି l ଏଣୁ ଉଭୟ କର୍ମଚାରୀଙ୍କୁ ମାଗଣା ରେ ଚିକିତ୍ସା କରିବା ପାଇଁ ଅଞ୍ଚଳ ଜନସାଧାରଣ ତରଫରୁ ଦାବୀ ହେଉଛି l





