ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନ (ପିଆରଆଇ) ଶୃଷ୍ଟିକରିଥିବା ସମ୍ଭିଧାନିକ ସଂଶୋଧନକୁ ପାଳନ କରିବା ପାଇଁ ୨୪ ଏପ୍ରିଲରେ ସାରା ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି । ସୁଇଚ ଅନ ଫାଉଂଡେସନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟ କୃଷିବିଭାଗ, ଗ୍ରାମାଂଚଳ ଗୋଷ୍ଟିସାମ୍ପ୍ରଦାୟ ଓ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବଜଗତର ମିଳିତ ଉଦ୍ୟମରେ ଆଜି ସେବଜଗତ ପ୍ରଶିକ୍ଷଣ କେନ୍ଦ୍ର ବୁରାଟ ଠାରେ ସୋଲାର ପମ୍ପ ହିତାଧିକାରୀ ଙ୍କ ସହିତ ସୋଲାର ପମ୍ପ ଗୁଡିକର ବ୍ୟବହାର ଓ ରକ୍ଷଣା ବେକ୍ଷଣ ଉପରେ ଉର୍ଜାମିତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ବ୍ଲକ କୃଷିବିଭାଗ ର ବ୍ଲକ ଟେକ୍ନିକାଲ ମେନେଜର ଧର୍ମ ସିଂ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସେବଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନୟକ ଯୋଗାଦେଇଥିବା ବେଳେ ମ.ରାମପୁର, କର୍ଲାମୁଣ୍ଡା ଓ ନର୍ଲା ବ୍ଲକରୁ ୩୫ ଜଣ ହିତାଧିକାରୀ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ସେଲକୋ ଫାଉଣ୍ଡେସନ ର ମନୋଜ କୁମାର ସିଂ ଓ ଗୋବିନ୍ଦ ପ୍ରଧାନୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ସୁଇଚ ଅନ ଫାଉଂଡେସନର ପ୍ରଦୀପ କୁମାର ଭୋଇ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.