“ଫନି” ପରେ ରାୟଗଡ ଜିଲ୍ଳା ପ୍ରଶାସନର ସହାୟତା : ପୁରୀ ଜିଲ୍ଳାକୁ ପଠାଗଲା ୬୦୦ ରୋଲ୍ ପଲିଥିନ୍ ସେଟ୍

ରାୟଗଡ,୮/୫ : ସାମୁଦ୍ରିକ ଝଡ “ଫନି” ଓଡିଶା ଅତିକ୍ରମ କରିବା ପରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଳା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି । ଏହାସହ ବିଭିନ୍ନ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତାର ହାତ ବଢୁଥିବା ବେଳେ ରାୟଗଡ ଜିଲ୍ଳା ପ୍ରଶାସନ ମଧ୍ୟ ସାହାର୍ଯ୍ୟର ହାତ ବଢେଇଛି ।

ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିଷ୍ପତି ପ୍ରକାରେ ଜିଲ୍ଳାର ରାୟଗଡ, କୋଲନରା, କାଶିପୁର, କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଗୁଡାରୀ, ପଦ୍ମପୁର, ଗୁଣପୁର, ରାମନାଗୁଡା ୧୦ଟି ତହସିଲ ପକ୍ଷରୁ ୬୦୦ଟି ରୋଲ ପଲିଥିନ୍ ପୁରୀ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ରାୟଗଡ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସବୁ ପିଲିଥିନ୍ ରୋଲକୁ ଏକ ଟ୍ରକ ଯୋଗେ ପଠାଯାଇଥିବା ଜଣାପଡିଛି ।

 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.