ଜିଲ୍ଳାସ୍ତରୀୟ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ

ଜରୁରୀକାଳୀନ ସହାୟତାରେ ମଣିଷପଣିଆ ଶିଖାଏ ରେଡକ୍ରସ

ରାୟଗଡ,୮/୫ : ଆଜି ବିଶ୍ୱ ରେଡକ୍ରସ ଦିବସ । ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଳାପାଳ ସୁଧାକର ଶବରଙ୍କ ଅଧ୍ୟକ୍ଷତାରେ ଜିଲ୍ଳାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଅବସରରେ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଡକ୍ରସର ପ୍ରତିଷ୍ଠାତା ହୋନେରୀ ଡୁନାଂଟଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପଧୂପ ଦିଆଯାଇ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପିତ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜରୁରୀକାଳୀନ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ତଥା ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଜିଲ୍ଳା ରେଡକ୍ରସ କମିଟିର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଚଳିତ ବର୍ଷ ବିଶ୍ୱ ରେଡକ୍ରସ ଦିବସରେ ବିଷୟବସ୍ତୁ “ଲଭ୍” ରଖାଯାଇଛି । ୧୮୨୮ ମସିହା ମେ’୮ତାରିଖରେ ରେଡକ୍ରସର ପ୍ରତିଷ୍ଠାତା ହୋନେରୀ ଡୁନାଂଟ ଜନ୍ମ ଗ୍ରହଣ କରିଥିଲେ । ସେ ପିଲାଟି ଦିନରୁ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖି ଆଖି ବୁଜିବା ପର୍ଯ୍ୟନ୍ତ କେବଳ ସମାଜସେବା ପାଇଁ ହିଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ଓ ଯୁଦ୍ଧରେ ପ୍ରଭାବିତ ଲୋକଙ୍କୁ ସାହାର୍ଯ୍ୟ କରିବା ସହ ବିଭିନ୍ନପ୍ରକାର ଦୁର୍ଘଟଣାରେ ପୀଡିତ ଲୋକଙ୍କୁ ସାହାର୍ଯ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସେ ରେଡକ୍ରସ ଗଠନ କରିଥିବା ବେଳେ ଭାରତରେ ୧୯୨୦ମସିହାରେ ଦିଲ୍ଳୀ ଠାରେ ଇଣ୍ଡିଆନ ରେଡକ୍ରସ ସୋସାଇଟି ଗଠନ କରାଯାଇଥିଲା । ବର୍ତମାନ ସାରା ବିଶ୍ୱରେ ରେଡକ୍ରସରେ ୧୭ମିଲିୟନ୍ ସ୍ୱେଚ୍ଛାସେବୀ ରହିଛନ୍ତି ।

Udyog Nursery
Udyogi Nursery

ରାୟଗଡ ଜିଲ୍ଳା ରେଡକ୍ରସ ସୋସାଇଟି ତରଫରୁ ୧.୫କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍ ରଖାଯାଇଛି ଏବଂ ଜିଲ୍ଳାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ପଂହଚାଇବା ପାଇଁ ରେଡକ୍ରସ ଓ ସ୍ୱାସ୍ଥ୍ୟ ବିଭାଗର ମିିଳିତ ଆନୁକୂଲ୍ୟରେ ଆଗାମୀ ଦିନରେ ମାଗାଣା ସ୍ୱାସ୍ଥ୍ୟ ଶିବିର ସହ ରକ୍ତଦାନ ଶିବିରଗୁଡିକ ଅନୁଷ୍ଠିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ସେହିପରି ରେଡକ୍ରସର ପ୍ରତିଷ୍ଠାତା ହୋନେରୀ ଡୁନାଂଟଙ୍କ ସମାଜସେବା ତ୍ୟାଗପୂତ ଜୀବନର ଆଦର୍ଶକୁ ଅନୁପ୍ରାଣିତ ହୋଇ ବର୍ତମାନର ଯୁବପିଢୀମାନେ ଆଗ୍ରାହ୍ୟ ଦେଖାଇ ଜଣେ ମଣିଷ ଅନ୍ୟ ମଣିଷକୁ ଭଲ ପାଇବା ଓ ସାହାର୍ଯ୍ୟ କରିବା ପାଇଁ ଉତ୍ସୁକତା ସହ ଆଗେଇ ଆସିବା ଆବଶ୍ୟକ ବୋଲି ନିଜ ମତବ୍ୟକ୍ତ କରିଥିଲେ । ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଯୁଗ୍ମ ସଂପାଦକ ଆଜୀବନ ସଦସ୍ୟ ଡା.ଲକ୍ଷ୍ମୀନାରାୟଣ ସାହୁ ଓ ଆଇଆରସିଏସର ଯୁଗ୍ମ ସଂପାଦକ ଗୋପୀନାଥ ସାହୁ ଜିଲ୍ଳା ରେଡକ୍ରସ କମିଟିକୁ ଆହୁରି ସକ୍ରିୟ କରିବା ପାଇଁ ୩ମାସକୁ ଥରେ ଲେଖାଁଏ ସମସ୍ତ ସଭ୍ୟଙ୍କୁ ଏକ ବୈଠକ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ପାଇଁ ନିଜ ନିଜ ମତପ୍ରକାଶ କରିଥିଲେ ।

ସେହିପରି ମିଳିଥିବା ସୂଚନା ପ୍ରକାରେ ଗତ ୨୦୧୮ କ୍ୟାଲେଣ୍ଡର ବର୍ଷରେ ୧୦୧ଜଣଙ୍କୁ ୮ଲକ୍ଷ ୭୧ହଜାର ୫୬୪ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଲୋକ ଅଦାଲତର ସଭ୍ୟ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି,ରେଡକ୍ରସର ଆଜୀବନ ସଦସ୍ୟ କୃଷ୍ଣକାନ୍ତ ଜେନା, ଜିଲ୍ଳା ପରିବହନ ଅଧିକାରୀ ଦିଲ୍ଳୀପ କୁମାର ଦଳେଇ, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଲ, ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କହଁର, କୋଲନରା ତହସିଲଦାର ମାନସୀ ନାୟକ, ଆଇସିଡିଏସ ସେଲ୍ ପିଓ ଶ୍ରୀମତି ନିଳେନ୍ଦ୍ରୀ ସାହୁ, ଭାରପ୍ରାପ୍ତ ଡିପିଏଚଓ ଡାକ୍ତର ମମତା ଚୈାଧୁରୀ, ରାୟଗଡ ପୈାର ପରିଷଦ (ମ୍ୟାନେଜର)ପ୍ରଭଂଜନ ସ୍ୱାଇଁଙ୍କ ସମେତ ସେଂଚ୍ୟୁରିଆନ ୟୁନିଭରସିଟିର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ସେଂଚ୍ୟୁରିଆନ ୟୁନିଭରସିଟିର ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.