ଆଉ ଏକ ଯୌନ ଶୋଷଣ ମାମଲାରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ

ଓଡ଼ିଆ ବାର୍ତ୍ତା/ ନ୍ୟୁୟର୍କ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଯୌନ ନିର୍ଯାତନା ମାମଲାରେ ଆମେରିକାର ଫେଡେରାଲ କୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଯୌନ ଶୋଷଣ ମାମଲାରେ ଡୋନାଲ୍ଡ କୋର୍ଟ ଟ୍ରମ୍ପଙ୍କ ବିରୋଧରେ ୫ ମିଲିୟନ ଡଲାର ଜୋରିମାନା ଲଗାଇଛନ୍ତି। ଟ୍ରମ୍ପ ୧୯୯୦ ଦଶକରେ ଜଣେ ମହିଳାଙ୍କ ସହ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଯିଏକି ଜଣେ ଲେଖିକା ।ଖଣ୍ଡପୀଠ ଜାଣିବାକୁ ପାଇଛନ୍ତି ଯେ ସେ ୧୯୯୦ ଦଶକରେ ଏକ ପତ୍ରିକାର ଲେଖିକା ଇ.ଜାନ କାରୋଲଙ୍କୁ ଯୌନ ନିର୍ଯାତନା ଦେଇଥିଲେ ଟ୍ରମ୍ପ ଏବଂ ପରେ ତାଙ୍କୁ ମିଛ କେସରେ ବଦନାମ କରିଥିଲେ। ମଙ୍ଗଳବାର ଦିନ ଏକ ନଅ ଜଣିଆ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଟ୍ରମ୍ପଙ୍କୁ ୫ ମିଲିୟନ ଡଲାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଏଲ ସମୟରେ ୭୯ ବର୍ଷୀୟ କାରୋଲ ସାକ୍ଷ୍ୟ ଦେଇ କହିଛନ୍ତି ଯେ, ଟ୍ରମ୍ପ, ୧୯୯୫ କିମ୍ବା ୧୯୯୬ ରେ ମାନହେତନରେ ଏକ ଷ୍ଟୋରର ଡ୍ରେସିଂ ରୁମରେ ତାଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ, ଅକ୍ଟୋବର ୨୦୨୨ରେ ସେ ନିଜ ଇଣ୍ଟରନେଟ ପ୍ଲାଟଫର୍ମରେ ଏକ ପୋଷ୍ଟ ଲେଖି ନିଜର ଖ୍ୟାତି ଅର୍ଜନ କରିଥିଲେ। ଟ୍ରମ୍ପ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ରିପବ୍ଲିକାନ୍ ପାର୍ଟିରୁ ସେ ଏବେ ବି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଲିକାରେ ଆଗୁଆ ଅଛନ୍ତି। ହେଲେ କୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କ ଦଳକୁ ମଧ୍ଯ ନିରାଶ କରିପାରେ। ଏହାପୂର୍ବରୁ ଗତମାସରେ ଡୋନାଲ୍ଡ ଟ୍ରମ୍ପ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସ ମାମଲାରେ ଗିରଫ ହୋଇଥିଲେ।  ହେଲେ ଗିରଫର ଘଣ୍ଟାଏ ପରେ ଜାମିନ୍‌ ପାଇଥିଲେ । ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ଅଭିଯୋଗ ହୋଇଥିଲା । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍‌ସଙ୍କ ଶାରୀରିକ ସମ୍ପର୍କ ରଖିବା ଓ ଲାଞ୍ଚ ଟଙ୍କା ଦେଇ ମୁହଁ ବନ୍ଦ କରିବା ମାମଲାରେ ଗିରଫ ହୋଇଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.