ଇମ୍ରାନଙ୍କ ଗିରଫଦାରୀ ପରେ ପାକିସ୍ତାନ ପରିସ୍ଥିତି ଅଣାୟତ୍ତ; ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ, ୬ ମୃତ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ସାରା ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ମୁହାଁମୁହିଁ ହୋଇଛନ୍ତି ସେନା ଓ ଇମ୍ରାନ ସମର୍ଥକ । ସେନା ମୁଖ୍ୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି। ତେହରିକ ଇ ଇନସାଫ ସମର୍ଥକମାନେ ଦଙ୍ଗା ସୃଷ୍ଟି କରିଛନ୍ତି। ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ହିଂସାରେ  ୬ ଜଣଙ୍କ ମୃତ ଘଟିଥିବା ଖବର ଆସିଛି ।  ଏକାଧିକ ଆହତ ହୋଇଛନ୍ତି।    କ୍ୱେଟା, ଫୈସଲା ବାଦ୍, ଚକଦ୍ୱାର ସ୍ୱାଟ ଓ ଲାହୋରଠାରେ ହିଂସା ଘଟି ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏକାଧିକ ଆହତ ହୋଇଛନ୍ତି। ବିରୋଧୀମାନେ କ୍ୟାମ୍ପସର ମୁଖ୍ୟ ପ୍ରବେଶ ପଥ ଭାଙ୍ଗିବା ପରେ ରାୱଲପିଣ୍ଡିର ସାମରିକ ମୁଖ୍ୟାଳୟରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିବାରୁ ହିଂସା ସୃଷ୍ଟି ହୋଇଛି। ପାକିସ୍ତାନର କିଛି ଅଂଶରେ ଗୁଳି ବିନିମୟ ହୋଇଛି। ଇମ୍ରାନଙ୍କୁ ଦୁ୍ର୍ନୀତି ନିବାରଣ ଜେଲରେ ୪ରୁ ୫ ଦିନ ପାଇଁ ରଖାଯାଇ ପାରେ। ପରେ ତାଙ୍କୁ ଏଫ-୮ କୋର୍ଟ କମ୍ପ୍ଲେକ୍ସ ଏବଂ ଜୁଡିସିଆଲ କମ୍ପ୍ଲେକ୍ସ ଜି ୧୧/୪ ଜେଲରେ ରଖିବା ପରିବର୍ତ୍ତେ ନ୍ୟୁ ପୋଲିସ ଗେଷ୍ଟ ହାଉସରେ ହାଜର କରାଯିବ । ସେଠାରେ ଏକ ସ୍ୱତନ୍ତ୍ର ଶୁଣାଣି କରାଯିବ । ଏ ନେଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋର୍ଟରେ ଶୁଣାଣିର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଏନଏବି କାର୍ଯ୍ୟାଳୟରୁ ଅଜ୍ଞାତ ସ୍ଥାନକୁ ସ୍ଥାନାନ୍ତର କରି ଦିଆ ଯାଇଛି। ଆଇନଶୃଙ୍ଖଳା ସ୍ଥିତିକୁ ଦେଖି ପଞ୍ଜାବ ପ୍ରାନ୍ତର ସମସ୍ତ ସ୍କୁଲ ବନ୍ଦ କରି ଦିଆଯାଇଛି । ୯ମ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.