ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହଯୋଗୀଙ୍କ ସମେତ ଆଠଟି ସ୍ଥାନରେ ସିବିଆଇ ରେଡ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସିବିଆଇ ବୁଧବାର ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରିଛି। କୁହାଯାଇଛି ଯେ ରିଲାଏନ୍ସ ବୀମା ଦୁର୍ନୀତି ସମ୍ପର୍କିତ ମାମଲାରେ ସିବିଆଇ ଏହି ଏହି ଚଢାଉ କରିଛି। ବୁଧବାର ମଲିକଙ୍କ ତତ୍କାଳୀନ ସହଯୋଗୀଙ୍କ ଘରେ ଏବଂ ଦିଲ୍ଲୀ ଏବଂ ଜମ୍ମୁ କଶ୍ମୀରର ଅନ୍ୟ ଆଠଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଅଧିକାରୀ କହିଛନ୍ତି ଯେ ସିବିଆଇ ଟିମ୍ ଆଜି ସକାଳେ ପୂର୍ବତନ ରାଜ୍ୟପାଳଙ୍କ ତତ୍କାଳୀନ ସହାୟକ ଏବଂ ଅନ୍ୟାନ୍ୟ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଏହାପୂର୍ବରୁ ତଦନ୍ତ ଅଧିକାରୀ  ୨୮ ଏପ୍ରିଲରେ ମଲିକଙ୍କୁ ପଚରାଉଚରା କରିଥିଲା ​​ଏବଂ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅକ୍ଟୋବର ୨୦୨୨ ରେ ସତ୍ୟପାଲ ମଲିକଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଥିଲା। ଉଲ୍ଲେଖଯୋଗ୍ୟ, ସତ୍ୟପାଲ ମଲିକ ଚିକିତ୍ସା ବୀମା ଯୋଜନାରେ ଦୁର୍ନୀତି  ହୋଇଥିବା ଅଭିଯୋଗ କରିଥିଲେ ଏହି ପରିପ୍ରେକ୍ଷୀରେ ସିବିଆଇ ଦୁଇଟି ଏଫ୍ଆଇଆର୍ ରୁଜୁ କରିଛି। ସତ୍ୟପାଲ ମଲିକଙ୍କ କହିବାନୁସାରେ, ବାଲି ସରକାରୀ ଦରମାରେ ନଥିଲେ, ବରଂ ସେ ତାଙ୍କର ବ୍ୟକ୍ତିଗତ ସହଯୋଗୀ ଥିଲେ। ମଲିକ ଦାବି କରିଥିଲେ ଯେ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ମଧ୍ୟରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ଥିବା ସମୟରେ ତାଙ୍କୁ ଫାଇଲ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ଅଫର କରାଯାଇଥିଲା। ଗତବର୍ଷ ସିବିଆଇ ଏ ନେଇ ଏକ ମାମଲା ରୁଜୁ କରି ୬ଟି ରାଜ୍ୟରେ ଚଢ଼ଉ କରିଥିଲା। ରାଜ୍ୟପାଳ ପଦରୁ ଅବ୍ୟାହତ ନେବା ପରେ ସତ୍ୟପାଲ ମଲ୍ଲିକ ଏବେ ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରକୁ ସମାଲୋଚନା କରୁଥିବାରୁ ଏବେ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ମଧ୍ୟ ସିବିଆଇ ତାଙ୍କୁ ଏହି ମାମଲାରେ ଜେରା କରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.