ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଅନ୍ତର୍ଗତ ଅଳାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।  ପୂର୍ଣ୍ଣଚନ୍ଦ୍ର ନାଗ ଓ ପୁଷ୍ପଲତା ନାଗଙ୍କ ଝିଅ ବିଜୟ ଲକ୍ଷ୍ମୀ ବର୍ତ୍ତମାନ ମଦନପୁର ରାମପୁର ତହସିଲ ଅନ୍ତର୍ଗତ ମାଣିକେରା ଠାରେ ରାଜସ୍ବ ନୀରିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ତାଙ୍କରି ଓଇଏସ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଖବର ପାଇବା ପରେ ମ.ରାମପୁର ତହସିଲଦାର ଓ ରେଭିନ୍ୟୁ ସୁପର ଭାଇଜର, ରେଭିନ୍ୟୁ ଇନ୍ସପେକ୍ଟର ଓ ସମସ୍ତ କର୍ମକର୍ତ୍ତା ଏବଂ ବିଦ୍ୟାଳୟ ଓ କଲେଜର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସାଙ୍ଗ ସାଥୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲକ୍ଷ୍ମୀଙ୍କ ଏହି ସଫଳତା ପାଇଁ ମ.ରାମପୁର ଅଞ୍ଚଳରେ ଖୁସି ଖୁସିର ଲହରୀ ଖେଳିଯାଇଛି । ତାଙ୍କର ଏହି ସଫଳତା ପଛରେ ପିତାମାତା ଓ ଭାଇ ଭବାନୀ ନାଗ ଓ ଗୁରୁଜନଙ୍କୁ ଶ୍ରେୟ ଦେଇଛନ୍ତି ବିଜୟ ଲକ୍ଷ୍ମୀ ନାଗ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.