କର୍ଣ୍ଣାଟକ କଂଗ୍ରେସର ଗଭୀର ରାଜନୀତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ନେଇ କଂଗ୍ରେସରେ ଏବେ ଏକ ବିବାଦ ଲାଗି ରହିଛି। ଡି.କେ ଶିବକୁମାର ରାଜି ନୁହଁନ୍ତି ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ। ଡି.କେଙ୍କୁ ଦିଆଯାଇଥିବା ଅଫର ପାଇଁ ସେ ପ୍ରସ୍ତୁତ ନୁହଁନ୍ତି ବୋଲି ସୂତ୍ରରୁ ପ୍ରକାଶ। ଡି.କେ.ଙ୍କୁ ଉପ ମୁଖ୍ୟମନ୍ତ୍ରୀ ଏବଂ ୬ଟି ମନ୍ତ୍ରଣାଳୟ ପ୍ରଦାନ କରାଯାଇଛି। ଶିବକୁମାରଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ଶିବକୁମାର ଏପରି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।‌‌ ସୂଚନାନୁସାରେ, ଯଦି ମୁଖ୍ୟମନ୍ତ୍ରୀ ଆସନ ପାଇଁ ଅଢ଼େଇ ବର୍ଷ ଫର୍ମୁଲା ପ୍ରୟୋଗ ହୁଏ, ତେବେ ଶିବକୁମାର ଚାହୁଁଛନ୍ତି ସର୍ବସମ୍ମୁଖରେ ଦଳ ଏକ ଘୋଷଣା କରିବା ଆବଶ୍ୟକ। ବୁଧବାର ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିବା ପରେ ଡି.କେ ଶିବକୁମାର ଦିଲ୍ଲୀର ତାଙ୍କ ଭାଇ ତଥା ସାଂସଦ ଡି.କେ ସୁରେଶଙ୍କ ବାସଭବନରେ ଦଳର ନେତା ତଥା ସେମାନଙ୍କ ସମର୍ଥକଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବେଙ୍ଗାଲୁରୁରେ ପ୍ରସ୍ତୁତି ଚାଲିଛି। ପୋଲିସ ଅଧିକାରୀମାନେ ବେଙ୍ଗାଲୁରୁର ପ୍ରସ୍ତୁତି ଚଳାଇଛନ୍ତି। ଯେଉଁଠାରେ ନୂଆ କର୍ଣ୍ଣାଟକ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ହେଲେ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତିରେ ଶିବକୁମାର ରୁଷିବାରୁ ହେବାକୁ ଥିବା ଶପଥଗ୍ରହଣ ସମାରୋହ ବାତିଲ୍ ହୋଇଥିବା ସୂଚନା ରହିଛି। ଉଭୟ ସିଦ୍ଧରମୈୟା ଓ ଶିବକୁମାର ପୃଥକ ପୃଥକ ଭାବେ ଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଦଳୀୟ ନେତା ରଣଦୀପ ସିଂହ ସୁରଜେଓ୍ୱାଲା କହିଛନ୍ତି ଯେ କର୍ଣ୍ଣାଟକରେ ୨୪ ଘଣ୍ଟା ମଧ୍ୟରେ ଜଣେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ଏବଂ ୪୮-୭୨ ଘଣ୍ଟା ମଧ୍ୟରେ ଏକ ନୂଆ ରାଜ୍ୟ କ୍ୟାବିନେଟ୍ ଗଠନ ହେବ। ମେ’ ୧୦ରେ ଅନୁଷ୍ଠିତ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ୧୩ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ କଂଗ୍ରେସ ୨୨୪ଟି ଆସନରୁ ୧୩୫ଟି ଆସନରେ ବିଜୟୀ ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିଛି। ବିଜେପି ୬୬ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହେବାକୁ ଆଶା ରଖିଥିବା ଜେଡିଏସ୍ ମାତ୍ର ୧୯ଟି ଆସନ ପାଇ ତଳକୁ ଖସି ଆସିଥିଲା। ସେବେଠାରୁ ଦଳରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତି ନେଇ ଚାଲେଞ୍ଜ ସୃଷ୍ଟି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.