5t ସଚୀବଙ୍କ ନର୍ଲା ଗସ୍ତ କାର୍ଯ୍ୟକ୍ରମ ବ୍ୟବସ୍ଥା ପରଖିଲେ ବବି ଦାସ

ସମସ୍ତ ବିଷୟ ଅବଗତ କରାଇଲେ ନର୍ଲା ବିଧାୟକ, ବିଡିଓ ଏବଂ ବ୍ଲକ ଉପାଧ୍ୟକ୍ଷ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା କାଲି ଶୁକ୍ରବାର ନର୍ଲା ଗସ୍ତରେ ଆସୁଛନ୍ତି ୫ଟି ସଚୀବ ଭିକେ ପାଣ୍ଡିଆନ । ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା । ନର୍ଲା ବ୍ଲକ ପ୍ରଶାସନ, ନର୍ଲା ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷା, ବ୍ଲକ ଉପାଧ୍ୟକ୍ଷ, ନର୍ଲା ପୋଲିସ୍ ସମସ୍ତେ ଲାଗି ପଡିଛନ୍ତି ପ୍ରସ୍ତୁତି ବ୍ୟବସ୍ଥାରେ । ଭବାନୀପାଟଣାରୁ ଟେଣ୍ଟ ଉପକରଣ ଆସି ଟେଣ୍ଟ କାର୍ଯ୍ୟ ଚାଲିଛି ନର୍ଲା ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମ ଠାରେ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏବଂ ଆସନ୍ତା କାଲି ସାବିତ୍ରୀ ଅମାବାସ୍ୟା ରହିଥିବାରୁ ସବୁକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା ର ଆୟୋଜନ କରାଯାଉଥିବା ଜଣାପଡୁଛି । ୫ଟି ସଚୀବଙ୍କ ଏହା ସରକାରୀ ଗ୍ରସ୍ତ କାର୍ଯ୍ୟକ୍ରମ ହୋଇଥିବାରୁ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗ୍ରୀଷ୍ମ ପ୍ରବାହ ସତ୍ୱେ ୫୦୦୦ରୁ ଉର୍ଦ୍ଧ୍ବ ଜନସମାଗମକୁ ଦୃଷ୍ଟିରେ ରଖି ଆୟୋଜନ କରାଯାଉଛି ସମସ୍ତ ବ୍ୟବସ୍ଥା । ୫ଟି ସଚୀବଙ୍କ ନର୍ଲାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ରଖାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଜନସାଧାରଣଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଉଛି । ୫ଟି ସଚୀବ ଶ୍ରୀ ପାଣ୍ଡିଆନଙ୍କ ନର୍ଲା ଗସ୍ତ ପାଇଁ ପ୍ରସ୍ତୁତି କେମିତି କଣ ଚାଲିଛି ତାହା ପରଖିବା ପାଇଁ ଆଜି ସକାଳ ୧୦.୩୦ ସମୟରେ ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ (ବବି ଦାସ) ନର୍ଲା ହାଇସ୍କୁଲ ପଡିଆ ଠାରେ ପହଂଚିଲେ । ନର୍ଲା ବିଡିଓ ଶ୍ରୀମତୀ ସେଠୀ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଆଇଆଇସି ଗଙ୍ଗାଧର ମେହେର, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଚିତ୍ରାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ରହି ୫ଟି ସଚୀବଙ୍କ ଗସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଉପରେ ଅବଗତ କରାଇଥିଲେ ।

Udyog Nursery
Udyogi Nursery

ଏହାପରେ ନର୍ଲା ଡିଗ୍ରୀ କଲେଜରେ ରହିଥିବା ଭବନ ଗୃହ ପାଇଁ ସମସ୍ୟା, ମୁସ୍କୁଟି ଜୁନିୟର କଲେଜର ଭବନ ସମସ୍ୟା, ତୁଳାପଡା ସାଇନ୍ସ କଲେଜରେ ରହିଥିବା ଲେବ, କମ୍ପ୍ୟୁଟର ଗୃହ ସମସ୍ୟା ବିଷୟ ଗୁଡିକ ଉପରେ ନର୍ଲା ବିଧାୟକ ଶ୍ରୀ ସିଂ ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ମହାନ୍ତି ତୁଳାପଡା ଜୁନିୟର କଲେଜ ଅଧ୍ୟକ୍ଷ ସୁଶୀଲ ସେନାପତି, ବ୍ରଜକିଶୋର ପଧାନ, ମୁସ୍କୁଟି କଲେଜ ପିଇଟି ନାରାୟଣ ନାଏକ, ନର୍ଲା ଡିଗ୍ରି କଲେଜ ଅଧ୍ୟକ୍ଷ ନାରାୟଣ ନାଏକ, ସନ୍ତୋଷ ନାଏକ ପ୍ରମୁଖଙ୍କ ସହ ଆଲୋଚନା କରି ୫ଟି ସଚୀବଙ୍କୁ କିପରି ସାକ୍ଷାତ କରି ଦରଖାସ୍ତ ପ୍ରଦାନ କରିବେ ସେ ବିଷୟରେ ଆଲୋଚନା କରି ମାର୍ଗଦର୍ଶନ ଦେଇଥିଲେ ।

ଏହାପରେ ନର୍ଲା ସମ୍ମେଳନ କକ୍ଷରେ ନର୍ଲା ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀ ଓ ସଦସ୍ୟ ଗୋପାଳ ହାତୀ, ଓମପ୍ରକାଶ ଛତ୍ରୀଆ, ଜେମନ୍ତ ପୋଢ, ବିଜୟ ବୁଦ୍ଧିଆ ତଥା ଅନ୍ୟାନ୍ୟ ସଦସ୍ୟ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ନମ୍ରତା ସାହୁ, ଲିଲି ଦୀପ ପ୍ରମୁଖଙ୍କୁ ନେଇ ନର୍ଲା ବିଧାୟକ ଶ୍ରୀ ସିଂ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ଶ୍ରୀମତୀ ସେଠୀ, ନର୍ଲା ଆଇଆଇସି ଗଙ୍ଗାଧର ମେହେର ପ୍ରମୁଖ ଆଲୋଚନା କରିଥିଲେ । ୫ଟି ସଚୀବ ଶ୍ରୀ ପାଣ୍ଡିଆନଙ୍କୁ କିଭଳି ଓ କେଉଁ ମାନେ ସ୍ୱାଗତ କରିବେ? କେତେ ସମୟର କାର୍ଯ୍ୟକ୍ରମ ରହିଛି ସେସବୁ ବିଷୟରେ ଆଲୋଚନା କରିବା ସହ ଶ୍ରୀ ପାଣ୍ଡିଆନଙ୍କ ନର୍ଲା ହାଇସ୍କୁଲ ପଡିଆ ସାଧାରଣ ସଭାରେ କିଭଳି ଶୃଙ୍ଖଳିତ ବ୍ୟବସ୍ଥା ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ନର୍ଲା ବିଡିଓ, ବ୍ଲକ ଉପାଧ୍ୟକ୍ଷ, ନର୍ଲା ବିଧାୟକ ସମସ୍ତ ସରପଞ୍ଚ, ସମିତି ସଦସ୍ୟ/ସଦସ୍ୟା ମାନଙ୍କୁ ଅନୁରୋଧ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.