ଅବକାରୀ ବିଭାଗର ଚଢ଼ାଉ; ୩୧ ଲିଟର ବିୟର ଜବତ, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଧର୍ମଗଡ଼ ଅବକାରୀ ବିଭାଗର ଚଢ଼ାଉରେ ୩୧ ଲିଟର ବିୟର ମଦ ଜବତ ହୋଇଥିବା ବେଳେ ଜଣକୁ ଗିରଫ କରାଯାଇଛି । ସୂଚନା ମତେ ଧର୍ମଗଡ ଅବକାରୀ ଥାନା ଅଧିକାରୀ ଅଜୟ କୁମାର ନାୟକଙ୍କ ନେତୃତ୍ୱରେ କେଗାଁ ଥାନା ଚପ୍ରିଆ ତୁରେଛଡା ରାସ୍ତାରେ ବିୟର ଚାଲାଣ ହେଉଥିବା ସମୟରେ ଚଢ଼ାଉ କରାଯାଇ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୋଗିବାହାଲ ଗ୍ରାମର ମହାଦେବ ମେହେର (୩୯)ଙ୍କ ଠାରୁ ୩୧ ଲିଟର ବିଦେଶୀ ବିୟର ମଦ ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ପରେ ମାଜିଷ୍ଟ୍ରେଟ ତାଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏହି ଚଢ଼ାଉ ସମୟରେ ଧର୍ମଗଡ ଅବକାରୀ ଏଏସଆଇ ଛବିରାଜ୍ ତାଣ୍ଡି, କନେଷ୍ଟବଳ ଅରୁଣାକ୍ଷ ଧଙ୍ଗଡାମାଝୀ ଓ ରବି ନାଗ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.