କିରେନ ରିଜିଜୁଙ୍କ ପରେ ବଦଳିଲା ଆଉ ଜଣେ ମନ୍ତ୍ରୀଙ୍କ ବିଭାଗ


ନୂଆଦିଲ୍ଲୀ:ହଠାତ ଆକ୍ସନ ମୋଡରେ କେନ୍ଦ୍ର ସରକାର । ଗୁରୁବାର କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଚାଲିଛି ଅଦଳ ବଦଳ । ପ୍ରଥମେ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ପଦରୁ ହଟାଇବା ପରେ ଏବେ କେନ୍ଦ୍ର ଆଇନ ମନ୍ତ୍ରୀ (ରାଷ୍ଟ୍ର ) ଏସପି ସିଂ ବଘେଲଙ୍କ ବିଭାଗ ବଦଳ କରାଯାଇଛି । ଏବେ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଛି ।

ଅର୍ଜୁନ ରାମ ମେଘାୱଲ ଏବେ ସଂସଦୀୟ କାର୍ଯ୍ୟମନ୍ତ୍ରୀ ଓ ସଂସ୍କୃତି ରାଜ୍ୟ ମନ୍ତ୍ରୀ ଅଛନ୍ତି । ମେଘାୱଲଙ୍କୁ ତାଙ୍କ ବିଭାଗ ସହିତ ଅତିରିକ୍ତ ଭାବେ ଆଇନ ଓ ନ୍ୟାୟାଳୟ ମନ୍ତ୍ରଣାଳୟର ମନ୍ତ୍ରୀ (ରାଷ୍ଟ୍ର ) ଭାବେ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏସପିସିଂ ବଘେଲଙ୍କୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପରିବର୍ତ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି`

ସୂଚନା ଥାଉ କି, ସକାଳେ କିରେନ ରିଜିଜୁଙ୍କ ବିଭାଗ ବଦଳ ନେଇ ଘୋଷଣା କରାଯାଇଥିଲା । ତାଙ୍କ ପାଖରୁ ଆଇନ ମନ୍ତ୍ରାଳୟ କାଢି ନେଇ ଭୂ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି । ସେହିପରି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ତାଙ୍କ ବିଭାଗ ସହ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ଅତିରକ୍ତ ଦାୟିତ୍ୱ ଦିଆଯାଇଛି ।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.