କାର୍ଯ୍ୟକ୍ଷମ ନହୋଇ ବର୍ଷେ ହେଲା ପଡ଼ିରହିଛି ଡିଜିଟାଲ ଏକ୍ସରେ ମେସିନ

ଭିତ୍ତିଭୂମିର ଅଭାବ ଦର୍ଶାଇ ଏଡ଼ାଇ ଚାଲିଛନ୍ତି ପଦସ୍ଥ ଅଧିକାରୀ!

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ବିଗତ ଏକ ବର୍ଷ ହେଲାଣି ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସୁବିଧା ପାଇଁ ଏକ ଡିଜିଟାଲ ଏକ୍ସରେ ମେସିନ କେସିଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ମିଳିଛି। କିନ୍ତୁ ପରିତାପର ବିଷୟ ଏହି ମେସିନ କାର୍ଯ୍ୟକ୍ଷମ ନହୋଇ ପଡ଼  ରହିଛି। ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ବର୍ଷେ ହେଲାଣି କେସିଙ୍ଗା ସ୍ଵାସ୍ଥ୍ୟ କେନ୍ଦ୍ରରେ ଡିଜିଟାଲ ମେସିନ ଲଗାଇବା ପାଇଁ ଜାଗା ପାଉନାହାନ୍ତି। ଯେତେ ବେଳେ ପଚାରିଲେ କହୁଛନ୍ତି ଭିତ୍ତି ଭୂମି ଅଭାବ। ଭିତ୍ତିଭୂମି କେବେ ଠିକ୍ ହେବ ଓ ଜନସାଧାରଣ କେବେ ସୁବିଧା ପାଇବେ ସେ ନେଇ ଏନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗରିବ ଶ୍ରେଣୀ ର ଲୋକମାନେ ଡିଜିଟାଲ ଏକ୍ସରେ ମେଡିକାଲ ରେ ନଥିବାରୁ ବହୁତ ହଇରାଣ ହେବା ସହିତ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି। ବିଗତ ଦିନରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଦ ଫିଟୁ ନାହି। ଶୁଣିବାକୁ ମିଳୁଛି ଯେ ଗୋଟିଏ ପୁରୁଣା କୋଠରୀକୁ ଭଙ୍ଗା ଯାଉଛି ଆଉ ଦୁଇ ମାସ ଲାଗିବ କୋଠରୀ କାମ ସରିବାକୁ। ତାପରେ ଯାଇ ଲୋକମାନେ ଡିଜିଟାଲ ସୁବିଧା ପାଇବେ। ଅତି ଶୀଘ୍ର ଡିଜିଟାଲ ଏକ୍ସରେ ମେସିନ କୋଠରୀ କାମ ସାରି ଲୋକଙ୍କୁ ସୁବିଧା ଯୋଗାଇବା ପାଇଁ ସାଧାରଣରେ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.