ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସ (ବାପି) ତଥା ତାଙ୍କର ଦୁଇଜଣ ବରିଷ୍ଠ ସଦସ୍ୟ ମନୋଜ ପଣ୍ଡା (ମଣି) ଓ ରବି ସାହୁଙ୍କ ଦ୍ୱାରା ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଝାରୀଙ୍କୁ ସ୍ଥାନୀୟ ସର୍କିଟ ହାଉସ ଠାରେ ସ୍ୱାଗତ କରାଯାଇଥିଲା। ଏହି କ୍ରମରେ ଜିଲ୍ଲା ସଭାପତି ପ୍ରଦୀପ ଦାସ ରାଜ୍ୟ ସଭାପତି ଇଂ ରୋହିତ ପୁଝାରୀଙ୍କୁ ଫୁଲତୋଡ଼ା ଦେବାସହ ଉପଢୌକନ ଦେଇ ସ୍ୱାଗତ କରିଥିଲେ। ଏହାପରେ ଯୁବ ସମାଜସେବୀ ଓଡିଶା ମୋ ପରିବାର ସହାୟତା କେନ୍ଦ୍ରର ସଦସ୍ୟ ହିମାଂଶୁ ନାଏକଙ୍କୁ ମାନ୍ୟବର ମନ୍ତ୍ରୀ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ କଳାହାଣ୍ଡିରେ ବ୍ୟାଡ଼ମିଣ୍ଟନର ବିକାଶ ନେଇ ବିଭିନ୍ନ ଆଲୋଚନା କରିବା ପରେ ଏଠାରେ ଆଗାମୀ ନଭେମ୍ବର ମାସରେ ଗୋଟିଏ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ରାଜ୍ୟ ସଭାପତି ଅନୁମୋଦନ ଦେଇଥିବାରୁ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ତରଫରୁ ସଭାପତି ପ୍ରଦୀପ ଦାସ ରାଜ୍ୟ ସଭାପତି ଇଂ.ରୋହିତ ପୂଝାରୀଙ୍କୁ ଧନ୍ୟବାଦ ଦେବାସହ ଆଗାମୀ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ।