ଟିକେଟ ଥିବା ସତ୍ୱେ ରେସଲର ସାକ୍ଷୀ, ଭିନେଶଙ୍କୁ ଆଇପିଏଲ ମନା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲିକ ଓ ବିନେଶ ଫୋଗଟଙ୍କ ସମେତ ୫ଜଣ ରେସଲରଙ୍କୁ ଟିକେଟ ଥିବା ସତ୍ୱେ ଆଇପିଏଲ ଦେଖିବା ପାଇଁ ଛଡା ଯାଇ ନାହିଁ । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମ୍ୟାଚ ଦେଖିବା ପାଇଁ ରେସଲରମାନେ ଯାଇଥିଲେ । ତାଙ୍କୁ ପୋଲିସ ଅଟକାଇଥିଲା । ତେବେ ପରେ ପୋଲିସ ପକ୍ଷରୁ କହାଯାଇଛି ଯେଉଁମାନଙ୍କ ପାଖେ ଟିକେଟ ଥିଲା ସେମାନଙ୍କୁ ଷ୍ଟାଡିୟମ ଭିତରକୁ ଛଡା ଯାଇଥିଲା । ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ସହ ଯନ୍ତରମନ୍ତରରେ ରେସଲରମାନେ ଧାରଣାରେ ବସିଛନ୍ତି । ଷ୍ଟାଡିୟମ ମଧ୍ୟରେ କୌଣସି ପ୍ରକାରର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ତାଙ୍କୁ ଛଡା ଯାଇ ନ ଥିବା ଅନୁମାନ କରାଯାଉଛି । ଅପରପକ୍ଷରେ ଆମ ପାଖରେ ଟିକେଟ ଥିଲା ବୋଲି ଭିନେଶ କହିଛନ୍ତି । ଆମେ କେବଳ ଟିସର୍ଟ ପିନ୍ଧିକରି ଯିବୁ ବୋଲି କହିବା ସତ୍ୱେ ଛଡା ଯାଇ ନ ଥିବା ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.