କର୍ଣ୍ଣାଟକରେ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛି କଂଗ୍ରେସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନିର୍ବାଚନ ପରେ କର୍ଣ୍ଣାଟକରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତୀଵ୍ର ହୋଇଛି। ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା କଂଗ୍ରେସ ଉପରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଗାତର ଆକ୍ରମଣ କରୁଛନ୍ତି। କଂଗ୍ରେସ ସରକାର ମଧ୍ୟ ଏହାର କଡା ଜବାଵ ଦେବା ସହ ଆଇନ ଅନୁଯାୟୀ ପଦକ୍ଷେପ ନେଉଛି। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କଂଗ୍ରେସ ସରକାରର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇ ନ ଥିବାରୁ ପ୍ରଶ୍ନ ଉଠାଇଛନ୍ତି। ତେଣୁ ମନ୍ତ୍ରୀମାନଙ୍କୁ ବିନା ବିଭାଗରେ କାହିଁକି ରଖାଯାଇଛି ଓ ତାଙ୍କୁ ତୁରନ୍ତ ବିଭାଗ ଦିଆଯିବା ଦରକାର ବୋଲି ସେ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ତୁରନ୍ତ ଏହାର ଜବାଵ ଦେବା ସହ ବିଜେପିର ବି ଏସ ୟେଦୁରପ୍ପା ସରକାର କିଭଳି କିଛି ଦିନ ପାଇଁ ଏକୁଟିଆ ସରକାର ଚଳାଇଥିଲେ ସେ କଥା ମନେପକାଇ ଦେଇଛନ୍ତି। କିନ୍ତୁ ବୋମାଇଙ୍କ କହିବା କଥା ସେତେବେଳେ ୟେଦୁରପ୍ପା ଏକା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କିନ୍ତୁ ଏବେ ଅନ୍ୟ ମନ୍ତ୍ରୀମାନେ ଶପଥ ନେଇଥିଲେ ମଧ୍ୟ ସେମାନଙ୍କୁ ବିଭାଗ ଦିଆଯାଇ ନାହିଁ।

Omkar Vasthu
Omkar Vasthu

ସେପଟେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ସହ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ହାଇକମାଣ୍ଡଙ୍କ ସହ ବିଚାରବିମର୍ଶ କରୁଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର। ସେପଟେ ପୋଲିସ ଅଧିକାରୀଙ୍କ ଗୈରିକରଣ ମନ୍ତବ୍ୟକୁ ନେଇ ବିଜେପି କଂଗ୍ରେସ ସରକାରକୁ ଟାର୍ଗେଟ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମାଇ ଏହାକୁ ଏକ ଭଲ ଆରମ୍ଭ ନୁହେଁ ବୋଲି କହିଛନ୍ତି। ସରକାର ଆସିବ ଯିବ କିନ୍ତୁ ଏଭଳି ମନ୍ତବ୍ୟ ଦ୍ୱାରା ପୋଲିସ ବିଭାଗର ମନୋବଳ ଭାଙ୍ଗିବ ବୋଲି ବୋମାଇ କହିଛନ୍ତି।ସେପଟେ ପୂର୍ବତନ ଗୃହମନ୍ତ୍ରୀ ଆରାଗା ଜ୍ଞାନେନ୍ଦ୍ର ସିଦ୍ଧରମେୟା ଓ ଶିବକୁମାରଙ୍କ ଉପରେ ଅଭିଯୋଗ କରିବା ସହ ରାଜ୍ୟରେ ପୋଲିସକୁ କଂଗ୍ରେସୀ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ଏହାର କଡା ଜବାଵ ଦେଇଛି।

Pearl dental clinic
Near Ashish Medical Store, Bhawanipatna

ସେହିପରି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ନାଁରେ ହତ୍ୟା ଅଭିଯୋଗ ସମ୍ପର୍କିତ ପ୍ରସଙ୍ଗକୁ ନେଇ ବିଜେପିର ବେଲଥାଙ୍ଗାଡି ବିଧାୟକ ହରିଶ ପୁଞ୍ଜାଙ୍କ ବିରୋଧରେ ଏତଲା ଦାୟର ହୋଇଛି। ସେହିଭଳି ପୁତୁର ଟାଉନ ଥାନାରେ କଂଗ୍ରେସ ପକ୍ଷରୁ ଏତଲା ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଭଳି ବୟାନ ଗ୍ରହଣୀୟ ନୁହେଁ ଓ ଘଟଣାର ତଦନ୍ତ ହୋଇ ବିଜେପି ବିଧାୟକଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନର ସୁପାରିଶ କରାଯାଇଛି।ଏପରିକି ପୂର୍ବତନ ମନ୍ତ୍ରୀ ଡ଼କ୍ତର ସି ଏନ ଅଶ୍ଵଥ ନାରାୟଣଙ୍କ ବିରୋଧରେ ଦେବରାଜ ଥାନାରେ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେଣୁ ନିର୍ବାଚନରେ ହାରିବା ପରେ ବିଜେପି ନେତାମାନେ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳୁଛି।

Udyog Nursery
Udyogi Nursery

ଏପରିକି କଂଗ୍ରେସ ମଧ୍ୟ ବିଜେପି ନେତାଙ୍କୁ ଛାଡିବା ଅବସ୍ଥାରେ ନାହିଁ। ପୂର୍ବରୁ ବିଭିନ୍ନ ସମୟରେ କଂଗ୍ରେସ ନେତାଙ୍କୁ ପୋଲିସ ଲଗାଇ ହଇରାଣ କରାଯାଇଥିବା ଅଭିଯୋଗ କରିବା ସହ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରିବା ଆରମ୍ଭ କରିଛି ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ପୂର୍ବର ବିଜେପି ସରକାର ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଆଇନକୁ ପୁନଃ ସମୀକ୍ଷା କରି ପ୍ରତ୍ୟାହାର କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଗୋହତ୍ୟା ଓ ଅନ୍ୟ କିଛି ଆଇନ ସମେତ ପୂର୍ବର ବିଜେପି ସରକାର ଦ୍ୱାରା ହୋଇଥିବା ସ୍କୁଲ ବହିରେ ପରିବର୍ତ୍ତନ, ଜୟନ୍ତୀ ପାଳନ ସମ୍ପର୍କୀତ ନିୟମକୁ ପରିବର୍ତ୍ତନ କରାଯିବ। ଏଥିସହିତ ରାଜ୍ୟର ଅର୍ଥନୈତିକ ତଥା ସାମାଜିକ ପ୍ରଗତିରେ ବାଧକ ସାଜୁଥିବା ସମସ୍ତ ବିଲ ଏବଂ ଅର୍ଡର କୁ ପ୍ରତ୍ୟାହାର କରାଯିବ ବୋଲି ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ କହିଛନ୍ତି। ତେଣୁ ବିଜେପି ଦ୍ୱାରା ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଓ କାର୍ଯ୍ୟକୁ କଡା ଢଙ୍ଗରେ ଦମନ କରିବା ମୁଡ଼ରେ ରହିଛି କଂଗ୍ରେସ। ଯାହାକୁ ନେଇ କର୍ଣ୍ଣାଟକ ସମେତ ପୁରା ଦେଶର ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.