ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ରୁପ୍ରା ଅଞ୍ଚଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଅନ୍ୟତମ ପୁରାତନ ଶୈବ ପୀଠ ରୁପ୍ରା-ଖମ୍ବପଡା ସ୍ଥିତ ବିଶ୍ୱେଶ୍ୱର ଶୈବପୀଠ ଶୀତଳଷଷ୍ଠୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ପରିବେଶ । ବିଶ୍ୱେଶ୍ୱର ମହାଦେବ ମନ୍ଦିର ପରିସରରୁ ପରମ୍ପରା ତଥା ରୀତିନୀତି ଅନୁସାରେ ବୁଧବାର ସଂଧ୍ୟାରେ ଏକ ବିରାଟ ପଟୁଆରରେ ଦେବଦେବ ମହାଦେବଙ୍କ ବରାନୁଗମନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଦେବଦେବ ମହାଦେବଙ୍କ ବରାନୁଗମନ ସମୟରେ ରୁପ୍ରାରେ ଘର ସମ୍ମୁଖରେ କଳସ ସ୍ଥାପନ କରି ମହାଦେବଙ୍କୁ ବନ୍ଦାପନା କରାଯାଇଥିଲାସ। ଏହି ଅବସରରେ ମହାଦେବ ଶିବଙ୍କ ପିତା ଓ ମାତା ଭାବରେ ରୁପ୍ରା ପଞ୍ଚାୟତ ଅଧିନ ଧଅଁରାମାଲ୍ ଗ୍ରାମର ବ୍ରଜ ରଣା ଓ ତାଙ୍କ ଧର୍ମପତ୍ନୀ ବିଦୁସୂତା ରଣା ଦାୟିତ୍ବ ନିର୍ବାହ କରିଥିବା ବେଳେ ମାତା ପାର୍ବତୀଙ୍କ ପିତାମାତା ଭାବରେ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ ସାଲିଙ୍ଗ୍ ଗ୍ରାମର ଯୁଧିଷ୍ଠିର ସାହୁ ଓ ତାଙ୍କ ଧର୍ମପତ୍ନୀ ମତି ସାହୁ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.