ତୃଣମୂଳ ସ୍ତରରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ; ବୁଝିଲେ ଜନତାଙ୍କ ସମସ୍ୟା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ପଲମ ଗ୍ରାମ ପଞ୍ଚାୟତର କେନ୍ଦୁବାହାଲି ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ପନ୍ଥା ନିରୂପଣ କରିଥିଲେ । ପଲମ ଗ୍ରାମ ପଞ୍ଚାୟତ ନର୍ଲା ବ୍ଲକର ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏହା ମ.ରାମପୁର ବ୍ଲକ ଓ କର୍ଲାମୁଣ୍ଡା ବ୍ଲକର ସୀମାରେ ରହିଥିବା ବେଳେ ଏହି ଗାଁରେ ରାସ୍ତାଘାଟର ସମସ୍ୟା ରହିଛି । ଗାଁର ଅନେକ ଲୋକ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ ହୋଇସାରିଥିଲେ ମଧ୍ୟ ସେମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । କଳାହାଣ୍ଡି ଜିଲ୍ଲାର ଜଣେ ଅଗ୍ରଣୀ ଜିଲ୍ଲା ପରିଷଦ ଭାବରେ ନିଜ ଜୋନ୍ ଅଞ୍ଚଳ ଅଧିନସ୍ଥ ଜନ ସାଧରଣଙ୍କ ସେବାକରି ଖୁବ କମ ଦିନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀମତୀ ସାହୁ । ତାଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ଆଜି ଗୁରୁବାର କେନ୍ଦୁ ବାହାଲି ଗ୍ରାମରେ ୨୦ରୁ ଉର୍ଦ୍ଧ୍ବ ଲୋକ ସେମାନଙ୍କ ସମସ୍ୟା ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଜଣାଇଥିଲେ । ସେଥି ମଧ୍ୟରେ ଚାଷୀମାନେ ଗାଈ, ଗୋରୁ, ଛେଳି ମେଣ୍ଢା ପ୍ରଭୃତି ଗୃହ ପାଳିତ ପ୍ରାଣୀ ରଖିଥିବା ବେଳେ ସେମାନଙ୍କ ପାଇଁ ଗୁହାଳ ଉପଲବ୍ଧ ନଥିବାରୁ ଅନେକ ହଇରାଣ ହେଉଥିବା ପ୍ରକାଶ କରିଥିଲେ । ମନରେଗା ଯୋଜନାରେ ଆବଶ୍ୟକ ଅନୁଯାୟୀ ଗୁହାଳ କରାଯିବ ବୋଲି ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସାହୁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦୁବାହାଲି ଗ୍ରାମରୁ ପଲମ ପଞ୍ଚାୟତ ଅଫିସ ୭ କି.ମି. ଦୂର ହେଉଥିବାରୁ ଗ୍ରାମର ବୃଦ୍ଧା ବୃଦ୍ଧା ମାନେ ଭତ୍ତା ଆଣିଯିବା ପାଇଁ ହଇରାଣ ହରକତ ହେଉଥିବା କହିଥିଲେ । ଗାଁକୁ ଗ୍ରାମ ପଂଚାୟତ ଅଧିକାରୀ ଭତ୍ତା ବାଣ୍ଟିବାର ବ୍ୟବସ୍ଥା କରାଯିବା ନେଇ ସେ ବ୍ଲକ ପ୍ରଶାସନକୁ ଅନୁରୋଧ କରିବେ ବୋଲି ଲୋକଙ୍କୁ କହିଥିଲେ । ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସାହୁଙ୍କୁ ଲୋକଙ୍କ ସମସ୍ୟା ଓ ସମାଧାନ କେମିତି କରୁଛନ୍ତି ବୋଲି ମତାମତ ନେବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି – ଜନତାଙ୍କ ସେବାପାଇଁ ଲୋକେ ଆମକୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି । ମୁଁ ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି ପାରୁ ପର୍ଯ୍ୟନ୍ତ ଲୋକଙ୍କ ସେବା କରିବି । ଘର ଘର ଯାଇ ଲୋକଙ୍କ ସମସ୍ୟା, ଗାଁ ଗୁଡିକର ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି । ଗତ ବର୍ଷ କେନ୍ଦୁବାହାଲି ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ରହିଥିଲା । ଗାଁରେ ସୋଲାର ପ୍ରୋଜେକ୍ଟରେ ଓଭରହେଡ ଟ୍ୟାଙ୍କ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ । ଏଭଳି ଭାବରେ କେନ୍ଦୁବାହଲି ଗ୍ରାମରୁ ପାନୀୟ ଜଳ ସମସ୍ୟାକୁ ଲାଘବ କରାଯାଇ ପାରିଛି ବୋଲି ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.